ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନେବେ ଅବସର, ତା ପୂର୍ବରୁ ହୋଇପାରେ ଅଯୋଧ୍ୟା ମାମଲାର ଚୂଡାନ୍ତ ଫଇସଲା

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ୧୮|୯: ଅଯୋଧ୍ୟା ମାମଲା। ନଭେମ୍ବର ସୁଦ୍ଧା ରାମଜନ୍ମଭୁମି ବାବ୍ରିମସଜଦି ଭଙ୍ଗା ମାମଲାର ହୋଇପାରେ ଫଇସଲା। ମାମଲାର ଶୁଣାଣି ପାଇଁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଡେଡ ଲାଇନ୍ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ସବୁ ପକ୍ଷକୁ ସେମାନଙ୍କର ଯୁକ୍ତି ରଖିବାପାଇଁ ଦିନ ଧାର୍ଯ୍ୟ କରିବାକୁ  ପୂର୍ବରୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ଏହି ବିବାଦର ସମାଧାନ ପାଇଁ ଯଦି ସବୁ ପକ୍ଷ ଆଲୋଚନା ମାଧ୍ୟମରେ କୌଣସି ବାଟ କାଢିବାକୁ ଚାହାଁନ୍ତି ତେବେ କାଢିପାରିବେ ବୋଲି କହିଛନ୍ତି କୋର୍ଟ। ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଅବସର ନେବେ। ତେଣୁ  ତାହା ପୂର୍ବରୁ ବିଚାରପତି ଗୋଗୋଇ ଏହି ବିବାଦରେ ଚୂଡାନ୍ତ ରାୟ ଶୁଣାଇପାରନ୍ତି।

ଏହି ମାମଲାର ସମାଧାନ ପାଇଁ ସର୍ବୋଚ୍ଚ ଅଦାଲତ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ତେବେ ମଧ୍ୟସ୍ଥତା ପାନେଲ ଏହି ମାମଲାରେ ବେଶୀ ଅଗ୍ରଗତି କରିପାରିନଥିବାରୁ ଏହାର ଦୈନିକ ଶୁଣାଣି ପାଇଁ ଗତମାସରେ ନିର୍ଦେଶ ଦେଇଥିଲେ ସିଜେଆଇ। ପୂର୍ବତନ ବିଚାରପତି ଏଫ ଏମ ଖଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ  ଶ୍ରୀରାମ ପାଞ୍ଚୁ ଓ  ଧର୍ମଗୁରୁ ଶ୍ରା ଶ୍ରୀ ରବିଶଙ୍କରଙ୍କୁ ନେଇ ଗଠିତ ମଧ୍ୟସ୍ଥତା କମିଟି ଗତ ମାର୍ଚ୍ଚ ମାସରୁ କାମ ଆରମ୍ଭ କରିଥିଲା।

ହେଲେ ଏହି ମାମଲାରେ  ସହ ସମ୍ପୃକ୍ତ କିଛି ପକ୍ଷ  ମଧ୍ୟସ୍ଥତା ପାନେଲଙ୍କ ପ୍ରସ୍ତାବାରେ ରାଜି ନ ହେବାରୁ ମାମଲା ସମାଧାନ ନେଇ କୌଣସି ସହମତି ପ୍ରକାଶ ପାଇନଥିଲା। ଏହି ମାମଲାରେ ପୂର୍ବରୁ ୨୦୧୦ରେ ଆହ୍ଲାବାଦ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ଆବେଦନ ଦାୟର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହି ପିଟିସନର କରୁଛନ୍ତି ଶୁଣାଣି। ଏହି ମାମଲାରେ ସୁନ୍ନୀ ୱାକଫ ବୋର୍ଡ, ନିର୍ମୋହି ଆଖଡା, ଓ ରାମ ଲାଲା ପକ୍ଷଭୁକ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.