Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ସୁପ୍ରିମକୋର୍ଟରେ ଟାଟା-ମିସ୍ତ୍ରୀ ବିବାଦର ଚୂଡ଼ାନ୍ତ ଶୁଣାଣି ଡିସେମ୍ବର ୨ରେ, NCLAT ଆଦେଶ ବିରୋଧରେ କରାଯାଇଛି ଅପିଲ

19/11/2020 at 8:31 PM

ନୂଆଦିଲ୍ଲୀ ୧୯।୧୧: ନ୍ୟାସନାଲ କମ୍ପାନୀ ଆପିଲେଟ ଲ ଟ୍ରିବ୍ୟୁନାଲ (ଏନସିଏଲଏଟି)ଙ୍କ ନିର୍ଦ୍ଦେଶକୁ ନେଇ ଟାଟା ସନ୍ସ ଓ ସାଇରସ୍ ଇନଭେଷ୍ଟମେଣ୍ଟ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗର ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ଡିସେମ୍ବର ୨ ତାରିଖ ଦିନ ହେବ।  ଏ ନେଇ କୋର୍ଟ ବୁଧବାର ସୂଚନା ଦେଇଛନ୍ତି।

ଟ୍ରିବ୍ୟୁନାଲ ଡିସେମ୍ବର ୨୦୧୯ରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ପୁନଃ ଅବସ୍ଥାପିତ କରିଥିଲେ। ଏହା ସହ ନଟରାଜନ ଚନ୍ଦ୍ରଶେକରନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ। ତେବେ ଗତ ଜାନୁୟାରୀ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏନସିଏଲଏଟିଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ତେବେ କୋର୍ଟରେ ମିସ୍ତ୍ରୀଙ୍କ ପକ୍ଷ  ଉପସ୍ଥାପନ କରୁଥିବା  ବରିଷ୍ଠ ଓକିଲ ସି.ଏ.ସୁନ୍ଦରମ ଗୁରୁବାର କୋର୍ଟଙ୍କୁ ଏକ ସବମିସନରେ ସେମାନେ ହସ୍ତକ୍ଷେ ଆବେଦନ (ଆଇଏ) କରିଥିବା କହିଛନ୍ତି।

ସେ କହିଛନ୍ତି ଯେ ନୂଆ ଆଇଏ କେବଳ କିଛି ଅତିରିକ୍ତ ଆଶ୍ୱସ୍ତି ଲାଗି ପ୍ରଦାନ କରାଯାଇଛି ଯାହା ପୂର୍ବରୁ ଦାଖଲ ଆଇଏରେ ପୂର୍ଣ୍ଣ ରୂପେ ପୂରଣ ହୋଇ ପାରିନଥିଲା। ତେବେ ମୁଖ୍ୟାବିଚାରପତି  ଜଷ୍ଟିସ୍ ଏସ୍.ଏ.ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ୍ ଭି. ରାମସୁବ୍ରଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁନ୍ଦରମଙ୍କୁ ନୂଆ ଆଇଏର ଆବଶ୍ୟକତା ନେଇ ପ୍ରଶ୍ନ କରିଥିଲେ।  

ଖଣ୍ଡପୀଠ କହିଥିଲେ ଯେ ଡିସେମ୍ବର ୨ରେ ଚୂଡାନ୍ତ ଶୁଣାଣି ହେବାକୁ ଯାଉଥିବା ବେଳେ ପୁଣି ଏକ ଆଇଏ କାହିଁକି ? ଏପରି ହେଲେ ଆଇଏ  ଉପରେ ପୁଣି ଜବାବ ସୁଆଲ  ପାଇଁ ସମୟ ଲାଗିବ। ତେବେ ଖଣ୍ଡପୀଠ ଆଇଏକୁ ଚୂଡାନ୍ତ ଦିନଲଗି ସୂଚୀବଦ୍ଧ କରୁଥିବା କହିଛନ୍ତି।   

   Related Posts