ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ

Published By : Prameya-News7 Bureau | January 26, 2022 IST

ଖଲ୍ଲିକୋଟ ୨୬।୧: ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଜିଲ୍ଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ ୧୩ ହଜାର ୬୭୫ ମୈଦାନରେ ରହିଛନ୍ତି ।  ସେଥି ମଧ୍ୟରୁ ୨୫୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ପାଇଁ ୧୫୬୩ଜଣ, ସମିତି  ସଭ୍ୟ ପାଇଁ ୧୩୪୮ଜଣ ଏବଂ ୱାର୍ଡମେମ୍ବର ପାଇଁ ୧୦,୫୦୮ଜଣ ପ୍ରାର୍ଥୀଙ୍କ ଭୋଟରମାନେ ଭାଗ୍ୟ ନିର୍ଦ୍ଧାରଣ କରିବେ । ଜିଲ୍ଲାରେ ପୂର୍ବରୁ ବିଭିନ୍ନ ପଦ ପଦବୀ ନିମନ୍ତେ ୧୫ ହଜାର ୮୬୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ସେଥିମଧ୍ୟ୍ୟରୁ ୨୬୭ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ବେଳେ ନାକଚ ହୋଇଥିବା ବେଳେ ୧୯୨୧ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଦେଇଥିବା ବେଳେ ଶେଷରେ ୧୩ ହଜାର ୬୭୫ ମୈଦାନରେ ରହିଛନ୍ତି ।

ଗଞ୍ଜାମରେ ଫେବୃଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।  ଗଞ୍ଜାମ ଜିଲ୍ଲାର ୨୨ ବ୍ଲକରେ ୫୦୩ ପଞ୍ଚାୟତରେ ୫୦୩ ସରପଞ୍ଚ ଓ ୫୦୩ ସମିତିସଭ୍ୟ, ୭୦୯୯ ୱାର୍ଡମେମ୍ବର, ୬୯ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ପାଇଁ ନିର୍ବାଚନ ହେବ ।  ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥିରୁ ୧୨ ଲକ୍ଷ ୭୭ ହଜାର ୬୨୭ ପୁରୁଷ, ୧୧ ଲକ୍ଷ ୬୫ ହଜାର ୮୦୯ ମହିଳା ଏବଂ ୧୮୦ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.