ଫିଲ୍ମ୍ ଓ ସିରିଏଲ ସୁଟିଂ ପାଇଁ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ୍, କିନ୍ତୁ ପାଳନ କରିବାକୁ ପଡିବ ଏସଓପି

Published By : Prameya-News7 Bureau | August 23, 2020 IST

ନୁଆଦିଲ୍ଲୀ, ୨୩।୦୮: କରୋନା ଭାଇରସ ପାଇଁ ଜୀବନଯାତ୍ରା ଠପ୍ ହୋଇଯାଇଛି । କଳାକାରମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫିଲ୍ମ, ସିରିଏଲ ଆଦିର ସୁଟିଂ ବନ୍ଦ ରହିଛି । ତେବେ ପୁଣି ଥରେ ଆରମ୍ଭ ହେବ ବିଭିନ୍ନ ଚଳଚ୍ଚିତ୍ର ଓ ସିରିଏଲର ସୁଟିଂ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି ।

ସିରିଏଲ ଏବଂ ଚଳଚ୍ଚିତ୍ର  ସୁଟିଂ ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ଏସଓପି ଜାରି କରିଛନ୍ତି । କରୋନା  କଟକଣା ପାଇଁ ଦୀର୍ଘ ୬ ମାସ ହେଲା ବିଭିନ୍ନ ସୁଟିଂ କାର୍ଯ୍ୟକ୍ରମ ବନ୍ଦ ଥିଲା । ତେବେ ପୂର୍ବରୁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଜସ୍ୱ ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ପ୍ରକାଶ ଜାଭେଡକର ।

ସେ କହିଛନ୍ତି ଯେ, ଦେଶର ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରି । ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।  କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତ କରାଯିବ । ଏହା ସହ ମେକ୍ଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.