ଚିଟ୍‌ଫଣ୍ଡ ଠକେଇ ମାମଲାରେ ଫିଲ୍ମ ନିର୍ମାତା ଶ୍ରୀକାନ୍ତ ମୋହତଙ୍କୁ ଗିରଫ କଲା ସିବିଆଇ

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧: ଚିଟଫଣ୍ଡ ଠକେଇ ମାମଲାରେ ପୁଣି ଜଣଙ୍କୁ ଗିରଫ କରିଛି ସିବିଆଇ । ଭେଙ୍କେଟେଶ ଫିଲ୍ମସ୍ ପ୍ରାଇଭେଟ୍ କଂପାନୀର ନିର୍ଦ୍ଦେଶକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତର ଜଣାଯାଉଥିବା ଶ୍ରୀକାନ୍ତ ମୋହତଙ୍କୁ ଗିରଫ କରାଯାଇଛି ।

ଫିଲ୍ମ ପ୍ରଡକ୍ସନ୍ ନାଁରେ ପାଖାପାଖି ୨୪ କୋଟି ଟଙ୍କା ହେରଫେର କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା । ଏହି କଂପାନୀ ଚିଟ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲି ଗ୍ରୁପ୍ ଅଧୀନରେ କାମ କରୁଥିଲା । ପଶ୍ଚିମବଙ୍ଗ, ଓଡିଶା, ଆସାମରୁ କଂପାନୀ ଫିଲ୍ମ ନିର୍ମାଣ ନାଁରେ ପାଖାପାଖି ୧୫ ହଜାର କୋଟି ଟଙ୍କା ଚିଟ୍ ଫଣ୍ଡ ସ୍କିମ୍ ରେ ସଂଗ୍ରହ କରିଥିଲା । ଗିରଫ ଶ୍ରୀକାନ୍ତ ମୋହତଙ୍କୁ ଆଜି ଭୁବନେଶ୍ବରର ସ୍ପେସାଲ୍ ସି.ଜେ.ଏମ୍  ସିବିଆଇଙ୍କ କୋର୍ଟରେ ହାଜର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.