ମୁମ୍ବାଇର ବିବାଦୀୟ ବାର୍ ଡ୍ୟାନ୍ସରଙ୍କ ଉପରେ ଫିଲ୍ମ କରିବେ ସଞ୍ଜୟ ଗୁପ୍ତା, ଖୋଲିବେ ଅନେକ ରହସ୍ୟ

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪/୧୨: 'ବିସ୍ଫୋଟ୍', 'କାବିଲ୍', 'ମୁମ୍ବାଇ ସାଗା' ଭଳି ଫିଲ୍ମ ନିର୍ମାଣ କରିବା ପରେ ନିର୍ମାତା ସଞ୍ଜୟ ଗୁପ୍ତା ଆଉ ଏକ ବିବାଦୀୟ ଫିଲ୍ମ କରିବାକୁ ଯାଉଛନ୍ତି। ଏହା ଏକ ବାୟୋପିକ୍ ହେବ, ଯାହା ସବୁଠାରୁ ବିବାଦୀୟ ତଥା ଲୋକପ୍ରିୟ ବାର୍ ଡ୍ୟାନ୍ସର୍ ସ୍ୱିଟିଙ୍କ କାହାଣୀ କହିବ। ଯିଏକି ନିଜର ଲିଙ୍ଗ ପରିବର୍ତ୍ତନ କରି ଜଣେ ପୁରୁଷରୁ ମହିଳା ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ସ୍ୱିଟିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ନାମ 'ଟୋପାଜ୍' ରହିବ। କାରଣ ଦକ୍ଷୀଣ ମୁମ୍ବାଇର ଟୋପାଜ ବାରରେ ଜଣେ ମହିଳା ଭାବରେ ତାଙ୍କର ପରଫର୍ମାନ୍ସ ଦୁନିଆର ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଫିଲ୍ମଟି ୧୯୮୦ ଏବଂ ୧୯୯୦ ଦଶକର କାହାଣୀ ବର୍ଣ୍ଣନା କରିବ, ଯେତେବେଳେ ସ୍ୱିଟିଙ୍କ ଡ୍ୟାନ୍ସ ବାରରେ ଏକ ନାମ ଥିଲା। ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେବେ ସମିତ କକ୍କଡ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଞ୍ଜୟ କୁମାର ଦୁଇ ବର୍ଷ ପୂର୍ବରୁ ସ୍ୱିଟିର ବାୟୋପିକ୍ ତିଆରି କରିବାର ରାଇଟ୍ସ ନେଇଥିଲେ । ଏବଂ ସେବେଠାରୁ ଏହି ପ୍ରଜୋକ୍ଟର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଫିଲ୍ମଟି କାଷ୍ଟ କରାଯାଉଛି ଏବଂ ୨୦୨୨ ର ପ୍ରଥମାର୍ଦ୍ଧରେ ମୁମ୍ବାଇ ଏବଂ ଏହାର ଆଖପାଖରେ ସୁଟିଂ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.