Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଫିଲ୍ମ ନିର୍ମାତା ମେଲଭିନ୍‌ ଭ୍ୟାନ ପିବଲ୍ସଙ୍କ ପରଲୋକ: ‘ବ୍ଲାକ୍ ଚଳଚ୍ଚିତ୍ର’ର ଗଡ୍ ଫାଦର ଭାବେ ଥିଲେ ପ୍ରସିଦ୍ଧ

23/09/2021 at 2:53 PM

ନୂଆଦିଲ୍ଲୀ ୨୩/୦୯ :  ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମେଲଭିନ ୱାନ ପିବଲସ ୮୯ ବର୍ଷ ବୟସରେ ପରଲୋକ ହୋଇଛନ୍ତି। ତାଙ୍କ ଦେହାନ୍ତ ଖବର ତାଙ୍କ ପରିବାର ପକ୍ଷରୁ ସୁଚନା ଦିଆଯାଇଛି।ମେଲଭିନ ଆଧୁନିକ ‘ବ୍ଲାକ୍ ସିନେମା’ର ଗଡଫାଦର ଭାବରେ ବେଶ୍ ଜଣାଶୁଣା । ସେ ୧୯୭୦ ଦଶକରେ ଆଧୁନିକ ବ୍ଲାକ୍ ସିନେମାର ଏକ ନୂତନ ଭାଗକୁ ଚାମ୍ପିଅନ୍ କରିବା ପାଈଁ ସାହାଯ୍ୟ କରିଥିଲେ – ବିଶେଷତ ତାଙ୍କ ଚଳଚ୍ଚିତ୍ର ‘ୱାଟର ମିଲନ୍‌ ମ୍ୟାନ୍’ ଏବଂ ସୁଇଟ୍‌ ସୁଇଟ୍‌ ବ୍ୟାକ୍ ବାଡାସ୍ ଗୀତ’ଟି ବହୁତ ହିଟ୍‌ ହୋଇଥିଲା । ଏହା ସହ ସେ କଳା ଚିତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ ।

ମେଲଭିନ ମଧ୍ୟ ଜଣେ ଉପନ୍ୟାସିକ, ଥିଏଟର ଇମ୍ପ୍ରେସାରିଓ, ଗୀତିକାର, ସଂଗୀତଜ୍ଞ ଏବଂ ଚିତ୍ରକାର ଥିଲେ । ସୂଚନା ଅନୁଯାୟୀ ମ୍ୟାନହଟନ୍ ସ୍ଥିତ ତାଙ୍କ ଘରେ ମେଲଭିନଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିବାର କହିଛନ୍ତି ଯେ ଅଭିନେତା-ନିର୍ଦ୍ଦେଶକ ମାରିଓ ଭ୍ୟାନ୍ ପିବଲ୍ସଙ୍କ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି।

ତେବେ ମେଲଭିନ୍‌ଙ୍କ ପୁଅ ଏକ ରିପୋର୍ଟ ସେୟାର କରି କହିଛନ୍ତି କି “ବାପା ଜାଣିଥିଲେ ଯେ କଳା ଚିତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଯଦି ଗୋଟିଏ ଚିତ୍ରରେ ହଜାରେ ଶବ୍ଦର ମୂଲ୍ୟ ଅଟେ, ତେବେ ଚଳଚ୍ଚିତ୍ରର ମୂଲ୍ୟ କ’ଣ? ଆମେ ସଫଳତା ପାଇବାକୁ ଚାହୁଁ, ତେଣୁ ଆମକୁ ନିଜକୁ ମୁକ୍ତ ହେବାକୁ ପଡିବ। ପ୍ରକୃତ ମୁକ୍ତିର ଅର୍ଥ ମାନସିକତାକୁ ଅନୁକରଣ କରିବା ନୁହେଁ। ଏହାର ଅର୍ଥ ହେଉଛି ସମସ୍ତ ଲୋକଙ୍କ ଶକ୍ତି, ସୌନ୍ଦର୍ଯ୍ୟ ଏବଂ ଆନ୍ତସଂଯୋଗକୁ ପ୍ରଶଂସା କରିବା । ଏନେଇ ମେଲଭିନ୍‌ ପୁଅ ଇନହ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି  ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି ।

ସେ ସମୟର ସବୁଠାରୁ ପ୍ରଭାବଶାଳୀ ଚଳଚ୍ଚିତ୍ର ମଧ୍ୟରୁ ସୁଇଟ୍‌ ସୁଇଟ୍‌ ବ୍ୟାକ୍ ବାଦାସ୍ ଗୀତ’ ପାଇଁ ସେ ବେଶ୍ ଜଣାଶୁଣା । ଏହା ସହ  ସ୍ୱଳ୍ପ ବଜେଟ୍, ଆର୍ଟ ହାଉସ୍ ଫିଲ୍ମ, ଯାହା ସେ ଲେଖିଥିଲେ, ପ୍ରଡ୍ୟୁସ ମଧ୍ୟ କରିଥିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏଥିରେ ସେ ମଧ୍ୟ ଅଭିନୟ କରିଥିଲେ

   Related Posts