Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହରର୍ ଫିଲ୍ମ ନିର୍ମାତା କୁମାର ରାମସେଙ୍କ ହୃଦଘାତରେ ଦେହାନ୍ତ

8/07/2021 at 2:35 PM

ମୁମ୍ବାଇ ୦୮/୦୭: ଫିଲ୍ମ ଇଣ୍ଡଷ୍ଟ୍ରିର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତର ଦୁଃଖରୁ ଲୋକମାନେ ବାହାରି ନାହାଁନ୍ତି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହରର୍ ଫିଲ୍ମ ପାଇଁ ପ୍ରସିଦ୍ଧ କୁମାର ରାମସେଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ୮୫ ବର୍ଷ ବୟସରେ ରାମସେ ବ୍ରଦର୍ସରେ ସବୁଠାରୁ ବଡ କୁମାର ରାମସେ ଆଉ ନାହାଁନ୍ତି। ସେ ମୁମ୍ବାଇର ହିରାନନ୍ଦାନୀସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ହରର୍ ଫିଲ୍ମର ସ୍କ୍ରିପ୍ଟ ଲେଖିଥିବା କୁମାର ରାମସେଙ୍କ ପତ୍ନୀ ଶେଲା ଏବଂ ସେମାନଙ୍କର ତିନି ପୁଅ ରାଜ ରାମସେ, ଗୋପାଳ ରାମସେ ଏବଂ ସୁନୀଲ ରାମସେ ଅଛନ୍ତି। ତାଙ୍କ ପୁଅ ଗୋପାଳଙ୍କ ଅନୁଯାୟୀ ଗୁରୁବାର ସକାଳ ୫.୩୦ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଫିଲ୍ମ ନିର୍ମାତା ଏଫ୍ ୟୁ ରାମସେଙ୍କ ପୁଅ କୁମାର ରାମସେ ସାତ ଭାଇଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ। ଏହି ଭାଇମାନେ ହରର୍ ଫିଲ୍ମ ନିର୍ମାଣ କରିଥିଲେ ଏବଂ ସେମାନଙ୍କର ନାମ ହରର୍ ଫିଲ୍ମ ପାଇଁ ଜଣାଶୁଣା ।

ହଲିଉଡର ହରର୍ ଫିଲ୍ମରେ ଭାରତୀୟ ମସଲାର ତଡକା ଦେଇ ଏହି ଭାଇମାନେ ଅନେକ ଭୂତ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିଥିଲେ ଏବଂ ଥିଏଟରରେ ଦର୍ଶକଙ୍କୁ ଭୟଭୀତ କରିଥିଲେ । ୭୦-୮୦ ଦଶକରେ କମ୍ ବଜେଟରେ ଅନେକ ଚମତ୍କାର ଫିଲ୍ମ ଦେଇଥିବା ରାମସେ ବ୍ରଦର୍ସରେ କୁମାର ସ୍ପ୍ରିଟ୍ ସମ୍ଭାଳୁ ଥିଲେ । ତାଙ୍କ ଫିଲ୍ମକୁ ବହୁତ ପସନ୍ଦ କରାଯାଉଥିଲା । ରାମସେ ବ୍ରଦର୍ସଙ୍କ ଫିଲ୍ମରେ ‘ଅର କୌନ?’ ‘ଦହଶତ’, ‘ସାୟା’, ‘ଖୋଜ’, ‘ପୁରାନା ମନ୍ଦିର’ ଭଳି ଫିଲ୍ମ ଅନ୍ତର୍ଭୁକ୍ତ।

ସୂଚନା ଅନୁଯାୟୀ, ୧୯୪୭ ମସିହାରେ ବିଭାଜନ ପରେ ଏଫୟୁ ରାମସେଙ୍କ ପରିବାର ମୁମ୍ବାଇ ଆସିଥିଲେ। ଏଠାରେ ରାମସେ ଭାଇମାନେ ଏକ ଇଲେକ୍ଟ୍ରୋନିକ୍ ଦୋକାନ ଖୋଲିଥିଲେ, କିନ୍ତୁ ମାୟାନାଗରୀରେ ରହୁଥିବାବେଳେ ସେମାନଙ୍କର ଆକର୍ଷଣ ଫିଲ୍ମ ଜଗତ ଆଡକୁ ଗଲା । ଏହି ସାତ ଭାଇ ନିଜ ବାପଙ୍କ ସହ ଫିଲ୍ମ କରିବା ଆରମ୍ଭ କରିଥିଲେ।

   Related Posts