ଧନୁଷଙ୍କ ଛାଡପତ୍ର ଖବରକୁ ନେଇ ମୁହଁ ଖୋଲିଲେ ବାପା କସ୍ତୁରୀ ରାଜା, କହିଲେ-'ଏହା ପାରିବାରିକ କଳହ, ଛାଡପତ୍ର ନୁହେଁ'

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦।୦୧ :  ସାଉଥ ଫିଲ୍ମ ସୁପରଷ୍ଟାର ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ସେମାନଙ୍କର ୧୮ ବର୍ଷର ବିବାହ ବିଚ୍ଛେଦ ହୋଇଛି । ଏହି ଖବର ପୁରା ଇଣ୍ଡଷ୍ଟ୍ରିରେ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରାଇଛି । ଅଲଗା ହେବାର ନିଷ୍ପତ୍ତି ଉଭୟ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଘୋଷଣା କରିଥିଲେ। ଧନୁଷ ଏବଂ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି। କେହି କେହି ଧନୁଷଙ୍କ ସମ୍ପର୍କକୁ ଅଲଗା ହେବାର କାରଣ ବୋଲି କହୁଥିବାବେଳେ ଆଉ ଅନ୍ୟମାନେ ପାରିବାରିକ ସାମାନ୍ୟ ଝଗଡା ହେବାର କାରଣ କୁହାଯାଉଛି। ତେବେ ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡିନାହିଁ। ଏହି ସମୟରେ ଧନୁଷଙ୍କ ବାପା ତଥା ଚଳଚ୍ଚିତ୍ର ନିର୍ମାତା କସ୍ତୁରୀ ରାଜା ଦୁହିଁଙ୍କ ଛାଡପତ୍ର ଉପରେ ନୀରବତା ଭାଙ୍ଗିଛନ୍ତି।

ଧନୁଷଙ୍କ ବାପା ସେମାନଙ୍କ ଅଲଗା ହେବାର କାରଣକୁ ପାରିବାରିକ କଳହ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ଧନୁଷ ଏବଂ ଐଶ୍ୱର୍ଯ୍ୟା ଛାଡପତ୍ର ହେବାକୁ ଯାଉଥିବା ଗୁଜବକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଗଣମାଧ୍ୟମର ଏକ ସାକ୍ଷାତକାରରେ କହିଛନ୍ତି - ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଅଲଗା ହେବାର କାରଣ କେବଳ ମତଭେଦ ବୋଲି କସ୍ତୁରୀ ରାଜା କହିଛନ୍ତି। ଏହା ଏକ ପାରିବାରିକ କଳହ ଯାହା ସାଧାରଣତ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ହୋଇଥାଏ । ହଁ, ଏହା ଛାଡପତ୍ର ନୁହେଁ। ବର୍ତ୍ତମାନ ଉଭୟ ଧନୁଷ ଏବଂ ଐଶ୍ବର୍ଯ୍ୟା ଚେନ୍ନାଇରେ ନାହାଁନ୍ତି। ଉଭୟ ହାଇଦ୍ରାବାଦରେ ଅଛନ୍ତି। ମୁଁ ଉଭୟଙ୍କ ସହ ଫୋନ୍ ମାଧ୍ୟମରେ କଥା ମଧ୍ୟ ହୋଇଛି ଏବଂ ସେମାନଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛି ।

wp:html /wp:html

ଆସନ୍ତୁ ଆପଣଙ୍କୁ କହିବାକୁ ଗଲେ ଧନୁଷ 2004 ମସିହାରେ ମେଗାଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁତ୍ର ଅଛି । ଧନୁଷ ଐଶ୍ଵର୍ଯ୍ୟାଙ୍କ ଠାରୁ ଦୁଇ ବର୍ଷ ସାନ । କିନ୍ତୁ ନିକଟରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଲଗା ହେବାର ଏକ ପୋଷ୍ଟ ସେୟାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.