Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରୋମାଣ୍ଟିକ୍ ଫିଲ୍ମର ଭଗବାନ ବୋଲାଉଥିବା ପ୍ରସିଦ୍ଧ ନିର୍ଦେଶକ ବାସୁ ଚାଟାର୍ଜୀଙ୍କ ପରଲୋକ : ‘ଛୋଟି ସି ବାତ’,‘ରଜନୀଗନ୍ଧା’ ଏବଂ ‘ଚିତ୍ତଚୋର’ ଭଳି ସୁପରହିଟ୍ ଫିଲ୍ମର ଦେଇଥିଲେ ନିର୍ଦେଶନା

4/06/2020 at 12:13 PM

ମୁମ୍ବାଇ ୪/୬: ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ଝଟକାରୁ ବାହାରି ପାରୁନଥିବାବେଳେ ତାହାକୁ ବାରମ୍ବାର ଝଟକା ଲାଗୁଛି। ବୁଧବାର ବରିଷ୍ଠ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ପରେ ଗୁରୁବାର ସକାଳେ ରୋମାଣ୍ଟିକ୍ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜୀଙ୍କ ପରଲୋକ ହୋଇଯାଇଛି। ଇଣ୍ଡଷ୍ଟ୍ରିରେ ତାଙ୍କର ପରିଚୟ ବାସୁ ଦା ଥିଲା। ଏବେ ଯାଏଁ ତାଙ୍କର ମୃତ୍ୟୁର କାରଣ ବିଷୟରେ ଜଣା ପଡ଼ିନାହିଁ।

୯୦ବର୍ଷ ବୟସ୍କ ବାସୁଙ୍କ ପରଲୋକର ଖବର IFTDAର ମୁଖ୍ୟ ଅଶୋକ ପଣ୍ଡିତ ଟ୍ବିଟରରେ ସେୟାର କରିଛନ୍ତି।

ବାସୁ ଚାଟାର୍ଜୀଙ୍କୁ ‘ଛୋଟି ସି ବାତ’,‘ରଜନୀଗନ୍ଧା’,‘ବାତୋଁ ବାତୋଁ ମେଁ’,‘ଏକ ରୁକା ହୁଆ ଫୈସଲା’ ଏବଂ ‘ଚମେଲି କି ଶାଦି’ ଭଳି ଫିଲ୍ମର ନିର୍ଦେଶନା ପାଇଁ ଜଣାଯାଇଥାଏ। ବାସୁଙ୍କ ଅନ୍ତିମ ସଂସ୍କାର ଦ୍ବିପ୍ରହର ୨ଟାରେ ସାନ୍ତାକ୍ରୃଜ୍ ଶ୍ମଶାନ ଘାଟରେ ହେବ।

ବାସୁ ଚାଟାର୍ଜୀ ୧୯୩୦ମସିହା ଜାନୁୟାରୀ ୩୦ତାରିଖରେ ଅଜମେରରେ ଜନ୍ମ ହୋଇଥିଲେ। ସେ ପ୍ରଥମ ଏପରି ଫିଲ୍ମ ନିର୍ଦେଶକ ଯିଏ କୋଲକାତାର ଛାପରୁ ଅଲଗା,ନିଜର ଏକ ଭିନ୍ନ ଶୈଳୀ ସୃଷ୍ଟି କରିଥିଲେ।

   Related Posts