Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଫିଲ୍ମଫେୟାର ଆୱାର୍ଡ-୨୦୧୯: ରଣବୀର ଶ୍ରେଷ୍ଠ ଅଭିନେତା, ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

24/03/2019 at 6:16 PM

ମୁମ୍ବାଇ ୨୪|୩: ବଲିଉଡର ୬୪ ତମ ଫିଲ୍ମଫେଆର ଆୱାର୍ଡ- ୨୦୧୯ ସମାରୋହ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନେକ କଳାକାରମାନେ ସାମିଲ ହୋଇଥିଲେ। ତେବେ ବିଭିନ୍ନ ଫିଲ୍ମରେ କଳାକାରଙ୍କ ସ୍ୱତନ୍ତ୍ର ଅଭିନୟ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଛି। ଫିଲ୍ମଫେଆର ଆୱାର୍ଡ- ୨୦୧୯ରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ରଣବୀର କପୁରଙ୍କୁ ମିଳିଥିବା ବେଳେ ଆଲିୟା ଭଟ୍ଟ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ।

କେବଳ ସେତିକି ନୁହଁ, ଏହି ଆୱାର୍ଡ ସମାରୋହରେ ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ପୁରସ୍କୃତ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ କଳାକାର ନିଜ ଅଭିନୟ ପାଇଁ ପୁରସ୍କାର ହାସଲ କରିଛନ୍ତି। 

– ରଣବୀର କପୁର ଫିଲ୍ମ “ସଂଜୁ”ରେ ନିଜ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି।

– ଆଲିୟା ଭଟ୍ଟଙ୍କୁ “ରାଜି” ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଛି।

– କ୍ରିଟିକ୍ସଙ୍କ ଅନୁସାରେ “ପଦ୍ମାବତ” ସିନେମାରେ ନିଜ ଅଭିନୟ ପାଇଁ ରଣବୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି।

– ଆୟୁଷ୍ମାନ ଖୁରାନାଙ୍କୁ “ଅନ୍ଧାଧୂନ” ଫିଲ୍ମରେ ନିଜ ଅଭିନୟ ପାଇଁ ପୁରସ୍କାର ମିଳିଛି।

– “ରାଜି” ଚଳଚ୍ଚିତ୍ରର ନିର୍ଦ୍ଦେଶକ ମେଘନା ଗୁଲଜାର ଶ୍ରେଷ୍ଠ ନିର୍ଦ୍ଦେଶକ ଫିଲ୍ମଫେଆର ଆୱାର୍ଡ ହାସଲ କରିଛନ୍ତି।

– ବେଷ୍ଟ ଫିଲ୍ମ ଆୱାର୍ଡ “ରାଜି” ଚଳଚ୍ଚିତ୍ରକୁ ମିଳିଛି କାରଣ ଏହା ଅଧିକ ଲୋକପ୍ରିୟତା ହାସଲ କରିଛି।

– କ୍ରିଟିକ୍ସଙ୍କ ଅନୁସାରେ ବେଷ୍ଟ ଫିଲ୍ମ ଆୱାର୍ଡ “ଅନ୍ଧାଧୂନ” ଚଳଚ୍ଚିତ୍ରକୁ ମିଳିଛି।

– ଶ୍ରେଷ୍ଠ ସହାୟକ ଅଭିନେତାର ପୁରସ୍କାର ଭିକି କୌଶଳଙ୍କୁ “ସଂଜୁ” ଫିଲ୍ମରେ ନିଜ ଅଭିନୟ ପାଇଁ ମିଳିଛି।

– “କେଦାରନାଥ” ଫିଲ୍ମରେ ନିଜ ସ୍ୱତନ୍ତ୍ର ଅଭିନୟ ପାଇଁ ସାରା ଅଲ୍ଲୀ ଖାନଙ୍କୁ ଆୱାର୍ଡ ମିଳିଛି।

 

   Related Posts