Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ରାଜକୁମାରଙ୍କ କାରଣରୁ ଫିଲ୍ମ ‘ତ୍ରିରଙ୍ଗା’ ଛାଡିବାକୁ ଧମକ ଦେଇଥିଲେ ନାନା ପାଟେକର, କାମ କରିବା ପାଇଁ ରଖିଥିଲେ ଏହି ସର୍ତ୍ତ

22/06/2021 at 10:47 AM

ନୂଆଦିଲ୍ଲୀ ୨୨/୦୬: ୧୯୯୩ ରେ ଆସିଥିବା ‘ତ୍ରିରଙ୍ଗା’ ସେ ସମୟର ଏକ ସୁପରହିଟ୍ ଫିଲ୍ମ ଥିଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାଜ କୁମାର, ନାନା ପାଟେକର, ମମତା କୁଲକର୍ଣ୍ଣି ଏବଂ ଭର୍ସା ଉସଗାଓଁକାର ପ୍ରମୁଖ ଅଭିନୟ କରିଥିଲେ। ନିର୍ମାତା-ନିର୍ଦ୍ଦେଶକ ମେହୁଲ କୁମାରଙ୍କ ପାଇଁ ଏହାର ଷ୍ଟାରକାଷ୍ଟ ସହିତ କାମ କରିବା ସହଜ ନଥିଲା।

ପ୍ରଥମେ ନାନା ପାଟେକର ଏହି ଫିଲ୍ମ ପାଇଁ ମନା କରିଦେଇଥିଲେ। ଏକ ଇଣ୍ଟରଭ୍ୟୁରେ ମେହୁଲ କୁମାର ଏହା ପ୍ରକାଶ କରିଛନ୍ତି। ମେହୁଲ କହିଛନ୍ତି ଯେ ନାନାଙ୍କୁ ଅପ୍ରୋଚ୍ କରିବା ମାତ୍ରେ ଫିଲ୍ମକୁ ମନାନକରିଦେଇଥିଲେ । ସେ କହିଥିଲେ ଯେ ସେ ‘କମରସିଆଲ୍ ଫିଲ୍ମ’ କରିବେ ନାହିଁ ଏବଂ ଏହିପରି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଲେ।

ମେହୁଲ ତଥାପି ତାଙ୍କୁ ଫିଲ୍ମ କରିବାକୁ ଅନୁରୋଧ କରିଥିଲେ ଏବଂ ସ୍କ୍ରିପ୍ଟ ପଢିବାପରେ ନାନା ଏହି ଫିଲ୍ମରେ ରାଜି ହୋଇଥିଲେ। ତେବେ ଫିଲ୍ମ କରିବା ପୂର୍ବରୁ ସେ ଏକ ସର୍ତ୍ତ ରଖିଥିଲେ ଯେ ଯଦି ରାଜ କୁମାର ଫିଲ୍ମରେ ହସ୍ତକ୍ଷେପ କରନ୍ତି ତେବେ ସେ ତୁରନ୍ତ ସେଟ ଛାଡିବେ। ଏହା ପରେ ମେହୁଲ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରାଜ କୁମାର ଫିଲ୍ମର କାହାଣୀରେ ହସ୍ତକ୍ଷେପ କରିବେ ନାହିଁ।

ଅନ୍ୟପକ୍ଷରେ, ଯେତେବେଳେ ମେହୁଲ ରାଜ କୁମାରଙ୍କୁ କହିଥିଲେ ଯେ ତାଙ୍କ ସହ ଅଭିନେତା ନାନା ପାଟେକର ଅଛନ୍ତି, ସେ କାହିଁକି ନାନାଙ୍କୁ ସାଇନ୍ କରିଛନ୍ତି ବୋଲି ପଚାରିଥିଲେ। ରାଜକୁମାର ଆହୁରି କହିଛନ୍ତି ଯେ ସେ ଶୁଣିଛନ୍ତି ଯେ ସେଟରେ ନାନାଙ୍କ ଆଚରଣ ଭଲ ନୁହେଁ ଏବଂ ସେ ଦୁର୍ବ୍ୟବହାର କରନ୍ତି।

ମେହୁଲ କହିଛନ୍ତି ଯେ ସେଟରେ କୌଣସି ଟେନସନ ନଥିଲା। ସୁଟିଂ ସମୟରେ ନାନା ଏବଂ ରାଜ କୁମାର ମୁହାଁମୁହିଁ ହୋଇଥିଲେ ମଧ୍ୟ ପରସ୍ପର ସହ କଥା ହୋଇନଥିଲେ। ତେବେ ଫିଲ୍ମରେ ଏକ ଗୀତର ସୁଟିଂ ସମୟରେ ଦୁହେଁ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ।

   Related Posts