ଦର୍ଶକଙ୍କୁ ଫିଲ୍ମଷ୍ଟାରମାନେ ଏମିତି କରିଥାନ୍ତି ବୋକା…

Published By : Prameya-News7 Bureau | October 12, 2019 IST

ମୁମ୍ବାଇ୧୨|୧୦: ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯିଏ ନିଜ ଲୁକ୍‌ ଓ ଷ୍ଟାଇଲ ଦ୍ବାରା ଦର୍ଶକଙ୍କ ଦିଲରେ ରାଜ କରନ୍ତି। ହେଲେ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ ଦେଖିବା ପାଇଁ ପ୍ରକୃତରେ ଏତେ ସୁନ୍ଦର ନୁହନ୍ତି । କିନ୍ତୁ ସେହି କଳାକାର ପରଦାରେ ବହୁତ ସୁନ୍ଦର ଲାଗନ୍ତି।ଫିଲ୍ମରେ ଅନେକ ଉପାୟ ଦ୍ବାରା ଷ୍ଟାରମାନଙ୍କ ଶରୀରକୁ ପରିବର୍ତ୍ତନ କରି ଦେଖାଯାଏ।

{"id":169027}

ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଲିୟାନା। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ପାଗଳ ଥାନ୍ତି।ଇଲିୟାନାଙ୍କ ଶରୀରର ଅଣ୍ଟା ଅଂଶ ବହୁତ ବଡ। ହେଲେ ପରଦାରେ ଏହାକୁ କମ କରି ଦେଖାଯାଏ।

{"id":169028,"width":587,"height":308}

ପରଦାରେ ଅଭିନେତା ଅଜୟ ଦେବଗନ ବେଶ ଗୋରା ଦେଖାଯାଆନ୍ତି। ହେଲେ ଅସଲରେ ଅଜୟଙ୍କ ରଂଗ ଶ୍ୟାମଳ। ମେକଅପ୍‌ ଦ୍ବାରା ସେ ଫିଲ୍ମରେ ବହୁତ ଗୋରା ଦେଖାଯାଆନ୍ତି।

{"id":169029,"width":590,"height":309}

ଆମୀର ଖାନଙ୍କୁ ବଲିଉଡର ସବୁଠୁ ପର୍ଫେକ୍ଟ ଅଭିନେତା କୁହନ୍ତି। ସେ ଅଭିନୟ କରିଥିବା ପ୍ରତି ଫିଲ୍ମରେ ବହୁତ ପରିଶ୍ରମ କରିଛନ୍ତି। ଆମୀର ଖାନଙ୍କ ଶରୀରରେ ମଧ୍ୟ ବହୁତ ପରିବର୍ତ୍ତନ କରାଇ ପରଦାରେ ଦେଖାନ୍ତି। ଆମୀରଙ୍କର ପୂର୍ବରୁ ବହୁତ କମ କେଶ ଥିଲା ହେଲେ ଏବେ ହେଆର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ସାହାଯ୍ୟରେ ତାଙ୍କ କେଶକୁ ଆକର୍ଷଣୀୟ କରାଯାଇଛି।

{"id":169030}

ବଲିଉଡ ଭାଇଜାନ ସଲମାନ ଖାନଙ୍କ ଫିଲ୍ମରେ ତାଙ୍କ ଶରୀରର ସିକ୍ସ ପ୍ୟାକ୍ସ ଏବ୍ସ ଦେଖାଯାଏ ହେଲେ ତାଙ୍କର ଏହି ଏବ୍ସ ନାହଁ। ବହୁ ପରିଶ୍ରମ କରି ସେ ତାଙ୍କ ବଡି ବିଲ୍ଡିଂ କରିଛନ୍ତି ସତ କିନ୍ତୁ ପରଦାରେ ଅଲଗା ଭାବେ ପ୍ରଦର୍ଶନ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.