Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ: ଗୋଡ ଖସିଗଲା ନା ଜାଣିଶୁଣି ଡେଇଁ ଥିଲେ? କାରଣ ଅସ୍ପଷ୍ଟ

15/11/2020 at 5:25 PM

କଟକ୧୫/୧୧:  ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଷ୍ଠିତ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀଙ୍କୁ ନଦୀରୁ ଉଦ୍ଧାର କରାଯାଇଛି।

କଟକସ୍ଥିତ ନୂଆପାଟଣା ନିକଟ ମହାନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏବଂ ପୋଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଅମ୍ଲାନଙ୍କ ପତ୍ନୀ ଭୂମିକା ନଦୀକୁ ଫୁଲ ପକାଇବାକୁ ଯାଇଥିଲେ। ତାଙ୍କ ଗୋଡ ଖସି ଯାଇଥିଲା। ଅନ୍ୟପଟେ ସେ ନଦୀକୁ ଜାଣିଶୁଣି ଡେଇଁ ପଡିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ପରେ ଭୂମିକା ଥାନାରେ ଅଛନ୍ତି। ସେ ନଦୀକୁ ଡେଇଁ ପଡିଛନ୍ତି କି ନା ତାଙ୍କ ଗୋଡ ଖସି ଗଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ଭୂମିକା ନଦୀରେ ପଡିଥିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ। ସେଠାରେ ୨୪ ଘଣ୍ଟିଆ କ୍ୟାମ୍ପ ପଡିଥିବା ପୋଲିସ୍‌ଙ୍କୁ ଖବର ଦେଇଥିଲେ। ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ଶ୍ବଶୁର ମିହିର ଦାସ ଏବଂ ସ୍ବାମୀ ଅମ୍ଲାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

   Related Posts