Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ନଦୀରେ କେମିତି ପଡିଲେ ପତ୍ନୀ, ପ୍ରକୃତ ଘଟଣା କହିଲେ ସ୍ବାମୀ ଅମ୍ଳାନ…

15/11/2020 at 7:39 PM

କଟକ୧୫/୧୧: ପତ୍ନୀ ଭୂମିକା ନଦୀରେ ପଡିଯିବା ଘଟଣାରେ ସ୍ବାମୀ ଅମ୍ଲାନଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ଭୂମିକା ଉଦ୍ଧାର ପରେ କଟକ ପେଜ୍‌-୨ ଥାନାରେ ଦୀର୍ଘ ସମୟ ଧରି ଥିଲେ। ସ୍ବାମୀ ଅମ୍ଲାନ ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଥାନାରୁ ବାହାରିବା ପରେ ଅମ୍ଲାନ କହିଛନ୍ତି ଯେ, ଗତକାଲି ଦୀପାବଳି ଥିଲା, ଘରେ ପୂଜା ହୋଇଥିଲା।

ପୂଜା ସାମଗ୍ରୀ ବିସର୍ଜନ କରିବା ଲାଗି ସେ ଏବଂ ତାଙ୍କ ପତ୍ନୀ ଏକାଠି ମିଶି ମହାନଦୀ ନୂଆପାଟଣା ବ୍ରିଜକୁ ଯାଇଥିଲେ। ଗାଡିରୁ ଓହ୍ଲାଇ ତାଙ୍କ ପତ୍ନୀ ଫୁଲ ପକାଇବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ତେଣୁ ତାଙ୍କ ଗୋଡ ଖସି ଗଲା। ପାରିବାରିକ କଳହକୁ କଥାକୁ ଅଭିନେତା ଅମ୍ଲାନ ଖଣ୍ଡନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି  ସେ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ହାତ ସ୍ଲିପ୍ କରି କରିଗଲା ଏବଂ ତାଙ୍କ ହାତ ମଧ୍ୟ ଖଣ୍ଡିଆ ହୋଇଯାଇଛି। ପାରିବାରିକ କଳହକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଅମ୍ଲାନ। ତାଙ୍କ ପତ୍ନୀ ଟିକେ ସୁସ୍ଥ ହେବା ପରେ ତାଙ୍କୁ ପଚାରିଲେ, ସେ ସବୁ କହିବେ ବୋଲି ଅମ୍ଳାନ କହିଛନ୍ତି।

   Related Posts