ମହାକାଶରେ ପ୍ରସ୍ତୁତ ହେବ ପ୍ରଥମ ଫିଲ୍ମ : ଶୁଟିଂ ପାଇଁ ଗଲେ ଋଷୀୟ ଅଭିନେତ୍ରୀ ସହ ପୁରା ଟିମ୍‌ ...

Published By : Prameya-News7 Bureau | October 06, 2021 IST

ମସ୍କୋ ୦୬/୧୦ : ଇତିହାସରେ ପ୍ରଥମ ଥର ପାଇଁ ମହାକାଶରେ ଶୁଟିଂ ହେବ ଫିଚର୍ ଫିଲ୍ମ। ରୁଷ୍‌ ଚଳଚ୍ଚିତ୍ର ନିର୍ମାତା ମହାକାଶରେ ପ୍ରଥମ ଥର ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୟାସ କରିବାକୁ ଯାଉଛନ୍ତି। ଏନେଇ ମଙ୍ଗଳବାର ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ପାଇଁ ଧାର୍ଯ୍ୟ ହୋଇଥିବା ତିନି ଜଣିଆ କ୍ରୁ ସଦସ୍ୟରେ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଅଛନ୍ତି ଯିଏ ମହାକାଶରେ ପ୍ରଥମ ଫିଚର ଫିଲ୍ମର ସୁଟିଂ କରିବେ।

{"id":523010,"sizeSlug":"full","linkDestination":"none"}
tv9hindi

ଏଥିରେ ରୁଷୀୟ ଅଭିନେତା ୟୁଲିଆ ପେରେସିଲ୍ଡ ଏହି ପ୍ରଥମ ଫିଚର ଫିଲ୍ମରେ ଅଭିନୟ କରିବାକୁ ମନୋନୀତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ କ୍ଲିମ୍ ଶିପେଙ୍କୋ ଭେଟେରାନ୍ ମହାକାଶଚାରୀ ଆଣ୍ଟୋନ୍ ସୋୟୁଜ୍ ରକେଟ୍ ଉତକ୍ଷେପଣର ନିର୍ଦ୍ଦେଶନା ଦେବେ ବୋଲି ସୂଚନା ମିଳିଛି। ଏଥିପାଇଁ ନାସା ଓ ସ୍ପେସ୍ ଏକ୍ସ ସହିତ ମିଳିତ ଭାବରେ କାମ ଆରମ୍ଭ କରାଯାଇଛି । ଏଥିପାଇଁ ସେମାନେ ମହାକାଶକୁ Soyuz MS-19 spaceship ରେ ୧୨ ଦିନିଆ ଯାତ୍ରା କରିବେ।

{"id":523009,"sizeSlug":"full","linkDestination":"none"}
tv9hindi

ଏନେଇ ଅନେକ ବ୍ୟବସାୟିକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଥିବା ଶିପେଙ୍କୋ ମଧ୍ୟ ଚାରି ମାସ ମଧ୍ୟରେ ମହାକାଶଯାନରେ ଉଡ଼ିବା ତାଙ୍କ ପ୍ରଶିକ୍ଷଣ ବିଷୟରେ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, କି "ଏହା ସତ ଯେ ଆମର ପ୍ରଥମ ପ୍ରୟାସ, ଏବଂ ବେଳେବେଳେ ତୃତୀୟ ପ୍ରୟାସରେ ମଧ୍ୟ ଅଧିକ କିଛି କରିପାରିବୁ ନାହିଁ, କିନ୍ତୁ ଏହା ସ୍ବାଭାବିକ୍‌ ଅଟେ"। ଏହା ଋଷର ଗଣମାଧ୍ୟମର ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି ସେ ଏହାକୁ ମହାକାଶ କ୍ଷେତ୍ରରେ ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.