୪ ଲକ୍ଷ ପଣ୍ଡିତଙ୍କ ଉପରେ ତିଆରି ହୋଇଥିବା 'ଶିକାରା' ଫିଲ୍ମର ଟ୍ରେଲର ରିଲିଜ୍‌...

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ୭/୧: ଫକ୍ସ ଷ୍ଟୁଡିଓ ନିବେଦିତ ବଲିଉଡ଼ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଶିକାରାର ଟ୍ରେଲର ରିଲିଜ୍ ହୋଇଛି । ୩୦ବର୍ଷ ପୂର୍ବେ କାଶ୍ମୀରରୁ ଜୋର ଜବରଦସ୍ତ ସ୍ଥାନାନ୍ତର ହୋଇଥିବା କାଶ୍ମୀର ପଣ୍ଡିତଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଫିଲ୍ମ ପର୍ଯ୍ୟବେଶିତ ।

ତିସ୍‌ ସାଲ ବାଦ ହମାରୀ କାହାନି କାହା ଯାୟଗୀ । ଆଜି ନିଜ ଟ୍ବିଟ୍‌ର ଟାଇମ୍‌ ଲାଇନ୍‌ରେ ଏଭଳି ମୋସନ୍‌ ପିକଚର ଫଟୋ  ସେୟାର କରିଛନ୍ତି ନିର୍ମାତା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା । ରିଲିଜ  ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ମୁଭି ଶିକାରାର ଅଫିସାଆଲ ଟ୍ରେଲର । କାଶ୍ମୀରରେ ୩୦ବର୍ଷର ତଳର ଲଭଷ୍ଟୋରୀକୁ ନେଇ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରରେ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ଦାୟକ କାହାଣୀକୁ ନିର୍ମାଣ ହୋଇଛି ଶିକାରା ।

wp:core-embed/instagram {"url":"https://www.instagram.com/tv/B7AgVPThvrC/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/tv/B7AgVPThvrC/?utm_source=ig_web_copy_link
/wp:core-embed/instagram

 ଏହି ଚଳଚ୍ଚିତ୍ରରେ  ୧୯୯୦ ମସିହାରେ କାଶ୍ମୀରୁ ବିଦା ହୋଇଥିବା ୪ଲକ୍ଷ କାଶ୍ମୀର ପଣ୍ଡିତଙ୍କ ପରିବାର କାହାଣୀକୁ ନିର୍ମାଣ ହୋଇଛି ।  ଆଜି ରିଲିଜ୍‌ ହୋଇଥିବା ଟ୍ରେଲରେ ଏକ ୟଙ୍ଗ କପଲ୍‌ ଶାନ୍ତି ଧର ଓ ଶିବକୁମାର ଧର  ନିଜ ଝରକାରେ ଦେଖିଛନ୍ତି କିପରି ସମ୍ମୁଖରେ ଏକ ଘର ହୁତୁହୁତୁ ହୋଇ ଜଳିଯାଉଛି ।

ଯାହାକି ସେମାନଙ୍କୁ ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ ମାନଙ୍କୁ ନିଜ ଜନ୍ମମାଟି କାଶ୍ମୀରରୁ ଏବଂ ନିଜ ଦେଶ ଭିତରେ ଶରଣାର୍ଥୀ ହୋଇ ବଞ୍ଚିବାର କଥା କୁ ସ୍ମରଣ କରିଛି । ୩୦ବର୍ଷ ଧରି ସେମାନଙ୍କ ଜୀବନ କିପରି ଅତି ଦୟନୀୟ ଭାବେ କଟିଥିଲା ଳଚ୍ଚିତ୍ରରେ  ତାହା ପ୍ରଦର୍ଶିତ ହୋଇଛି । ଏହି ଚଳଚ୍ଚିତ୍ରର ଅଧିକାଂଶ ସିନ୍‌ କାଶ୍ମୀରେ ସୁଟିଂ ହୋଇଛି ।

ଅପକମିଂ ମୁଭି ଶିକାରାରେ ଦୁଇ ନୁଆ ଚେହେରା ସାଦିଆ ଓ ଆଦିଲ ଖାନଙ୍କୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା । ବଡ କଥା ହେଉଛି କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ରାଜ୍ୟ ଦୁଇଭାଗ ହେବାର ୬ମାସ ପରେ ଏହି ବହୁ ପ୍ରତିକ୍ଷୀତି ମୁଭି ଶିକାରା ମୁକ୍ତିଲାଭ କରିବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.