ସୋନପୁରରେ ପ୍ରଦର୍ଶିତ ହେବ ‘ଶଲା ବୁଢାର ବଦଲା’
22/01/2020 at 4:22 PM

ଭୁବନେଶ୍ବର୨୨/୧: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଟ୍ରାଉଲୋଜି ସିନେମା ଶଲାବୁଢାର ବଦଲା ସୋନପୁରରେ ହେବ ପ୍ରଦର୍ଶିତ। ଆଗାମୀ ୨୪ ତାରିଖରେ ସୋନପୁର ସହରର ସମଲେଇ ଟକିଜରେ ରିଲିଜ ହେବ ଶଲାବୁଢା ବଦଲା ।

ଏ ନେଇ ସ୍ଥାନୀୟ ପ୍ରଭାସ ଲଜରେ ଏକ ସାମ୍ମାଦିକ ସମ୍ମିଳନୀରେ ସୂଚନା ଦେଛଛନ୍ତି ଶଲାବୁଢା ଚଳଚିତ୍ରର, ନିର୍ମାତା ଏବଂ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ଗତ ୧୭ ତାରିଖରେ ଏହି ଚଳଚିତ୍ର ବଲାଙ୍ଗିରରେ ସଫଳତାର ସହିତ ରିଲିଜ ହୋଇସାରିଛି। ସୋନପୁରରେ ମଧ୍ୟ ଏହି ଚଳଚ୍ଚିତ୍ର ସଫଳତା ପାଇବ ବୋଲି କହିଛନ୍ତି ନିର୍ଦ୍ଦେଶକ।

ଶଲାବୁଢାର ବଦଲା ହେଉଛି ଏକ ନିଆରା ହୃହୟସ୍ପର୍ଶୀ ସିନେମା। ଲୁପ୍ତପ୍ରାୟ ସଂସ୍କୃତି ,ଲୋକସଂସ୍କୃତିକୁ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି।

ଏହି ଚଳଚ୍ଚିତ୍ରରେ ଡକ୍ଟର ଅଟଲ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ପୂର୍ବରୁ ନିର୍ଦ୍ଦେଶକଙ୍କର ଶଲାବୁଢା, ଆଦିମ ବିଚାର ଏବଂ ଭୁକା ଭଳି ଅନେକ ଚଳଚିତ୍ର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥଳରେ ବେଶ ସଫଳତା ପାଇସାରିଛି।