ନିଜେ ନାଚିଲେ ଅନ୍ୟଙ୍କୁ ବି ନଚାଇଲେ ରାମଚରଣ ଓ Jr NTR , ରିଲିଜ୍ ହେଲା RRR ପ୍ରଥମ ଗୀତ...

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଳୀ ୧୧।୧୧ : ଜବରଦସ୍ତ ଡ୍ୟାନ୍ସ କଲେ। ନାଚି ନାଚି ଧୂଳି ଉଡାଇ ଦେଲେ। ନିଜେ ନାଚିଲେ ଆଉ ସମସ୍ତଙ୍କୁ ବି ନଚାଇଲେ ସାଉଥ ସୁପରଷ୍ଟାର ଏନ୍‌ଟିଆର୍‌ ଏବଂ ରାମଚରଣଙ୍କ। ଦୁହିଁଙ୍କ ଡ୍ୟାନ୍ସ ଦେଖି ସମସ୍ତଙ୍କ ଚାତକ ହୋଇ ରହିଗଲେ ।

ବହୁପ୍ରତିକ୍ଷିତ ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ହୋଇଥିବା ପ୍ରଥମ ଗୀତରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଖୁବ୍‌ ଦର୍ଶକଙ୍କୁ ପସନ୍ଦ ଆସିଛି । ଯେଉଁଥିରେ ଜବରଦସ୍ତ ଡ୍ୟାନ୍ସ ସହ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି ସାଉଥର ସୁପରଷ୍ଟାର ଅଭିନେତା ଜୁନିଅର ଏନ୍‌ଟିଆର୍‌ ଏବଂ ରାମଚରଣ। ‘ଆର୍‌ଆର୍‌ଆର୍‌’ ଫିଲ୍ମର ପ୍ରଥମ ଗୀତ ‘ନାଚୋ ନାଚୋ’ର ଲିରିକାଲ ଭିଡିଓ ରିଲିଜ ହୋଇଛି।

wp:html
/wp:html

ଏହି ଗୀତଟି ଏବେ ସୋଶାଲ ମିଡିଆରେ ଧମାଲ କରିଛି। ଚାରିଆଡେ ଭାଇରାଲ ହେବାରେ ଲାଗିଛି ଏହି ଗୀତ। ଗୀତରେ ତାଳେ ତାଳେ ଦର୍ଶକମାନେ ମଧ୍ୟ ଝୁମିବାକୁ ବାଧ୍ୟ ହୋଇଛନ୍ତି। ସୁପରହିଟ ଫିଲ୍ମ ‘ବାହୁବଳୀ’ଠାରୁ ମଧ୍ୟ ଏହି ଫିଲ୍ମର ବଜେଟ୍‌ ବହୁ ଅଧିକ। ଆସନ୍ତା ବର୍ଷ ଜାନୁଆରୀ ୭ରେ ସାରା ଦେଶରେ ସମସ୍ତ ଭାଷାରେ ଏହା ରିଲିଜ ହେବ। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏହାର ଲିଡ୍‌ ରୋଲରେ ଜୁନଅର ଏନ୍‌ଟିଆର୍‌, ରାମଚରଣ, ଅଜୟ ଦେବଗନ ଓ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି।  ବାହୁବଳୀ ଫେମ୍‌ ଏସ୍‌ ଏସ୍‌ ରାଜାମୌଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକମାନେ ମଧ୍ୟ ଖୁବ୍‌ ଏକ୍ସସାଇଟେଡ ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.