ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

Published By : Prameya-News7 Bureau | September 22, 2018 IST

କଟକ ୨୨/୯ : ବିଶିଷ୍ଟ ପ୍ରଯୋଜକ ସୁବାସ ରାଉତଙ୍କ ଆଜି କଟକ ଛତ୍ର ବଜାର ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହେଇଛି | ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ | ସ୍ବର୍ଗତଃ ରାଉତ ଓଡ଼ିଆ ଫିଲ୍ମ ଜଗତର ଜଣେ ପ୍ରତିଷ୍ଠିତ ପ୍ରାୟୋଜକ | ୯୦ ଦଶକରୁ ଅଦ୍ୟାବଧି ବହୁ ହିଟ ଫିଲ୍ମ ସେ ନିର୍ମାଣ କରିଛନ୍ତି | ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି | ସ୍ବର୍ଗତଃ ରାଉତ ମଧ୍ୟ କଂଗ୍ରେସ ଦଳ ସହିତ ସମ୍ପୃକ୍ତ ଥିଲେ | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ସିନେ ଷ୍ଟାର, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା | ସମୁଦାୟ ୯ଟି ଓଡ଼ିଆ ଚଳଚିତ୍ର ସେ ପ୍ରଯୋଜନା କରିଥିଲେ | ତାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚିତ୍ର ହେଲା ଭାଗ୍ୟ ହାତରେ ଡୋରି ଏବଂ ଶେଷ ପ୍ରଯୋଜିତ ଫିଲ୍ମ ହେଲା ସନ୍ତାନ | ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା ଭଳି ହିଟ ଫିଲ୍ମର ମଧ୍ୟ ସେ ପ୍ରଯୋଜକ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.