ବଲିଉଡ୍ ଫିଲ୍ମ ‘ଧଡକ’ରେ ଡେବ୍ୟୁ କରିଥିବା ଜାହ୍ନବୀ କପୁର ଦର୍ଶକଙ୍କ ବେଶ୍ ସ୍ନେହ ସାଉଁଟିଥିଲେ। ଲୋକଙ୍କୁ ତାଙ୍କ ଅଭିନୟ ସହ ଲୁକ୍ ବେଶ୍ ପସନ୍ଦ ଆସିଥିଲା। ଧଡକ ପରେ ପରେ ଜାହ୍ନବୀ ତାଙ୍କ ଆଗାମୀ ଫିଲ୍ମ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏବେ ସେହି ଫିଲ୍ମଟିର ସୁଟିଂ ଶେଷ ହୋଇଛି। ଏହି ଫିଲ୍ମର ସୁଟିଂ ଶେଷ ହେବା ପରେ ଜାହ୍ନବୀ ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରୁ ସେ ‘ଗୁଞ୍ଜନ ସକ୍ସେନା: ଦି କାର୍ଗିଲ ଗାର୍ଲ’ ଚରିତ୍ରରେ ଅଭିନୟ କରିଥିଲେ ବୋଲି ଏବେ ଜଣାପଡିଛି।
{"id":204306,"sizeSlug":"large"}ଏହି ଫିଲ୍ମଟି ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଫଟୋ ପୋଷ୍ଟ ଏବେ ଫିଲ୍ମ ଲାଗି ଲୋକଙ୍କ ଉନ୍ମାଦନାକୁ ଦ୍ୱିଗୁଣିତ କରିଛି। ତେବେ ଫିଲ୍ମରେ ଅଭିନୟ କରି ଜାହ୍ନବୀ ନିଜକୁ ଖୁବ୍ ଭାଗ୍ୟବାନ ବୋଲି ମନେ କରୁଥିବା ଏହାର କ୍ୟାପସନରେ ଉଲ୍ଲେଖ କରିଛନ୍ତି।
wp:html/wp:html
ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଫିଲ୍ମର ମୁଖ୍ୟ ଚରିତ୍ରରେ ପୂର୍ବରୁ କିଆରା ଆଡୱାଣୀଙ୍କୁ ପିରକଳ୍ପନା କରାଯାଇଥିଲା। ତେବେ ତାଙ୍କ ପାଖରେ ଡେଟ୍ସ ପ୍ରବ୍ଲମ ହେବାରୁ ଶେଷରେ ଜାହ୍ନବୀଙ୍କ ଝୁଲିରେ ପଡିଥିଲା। ଏଥିରେ ଜାହ୍ନବୀଙ୍କ ପିତାଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ ଦେଖିବାକୁ ମିଳିବେ। ଜାହ୍ନବୀ ଏଥିରେ ବାୟୁସେନା ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ ଅଭିନୟ କରୁଥିବା ଦେଖିବାକୁ ମିଳିବେ।