ଭିଲେନରୁ ହିରୋ : ୨୦୨୦ ବଦଳାଇ ଦେଲା ଜୀବନ, ସୋନୁ ସୁଦଙ୍କୁ ଏବେ ମିଳୁଛି ହିରୋ ରୋଲ୍

Published By : Prameya-News7 Bureau | December 20, 2020 IST

ମୁମ୍ବାଇ ୨୦/୧୨ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା। କରୋନା ମହାମାରୀ ଓ ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ଢେର ପ୍ରଶଂସା ସାଉଁଟିଛନ୍ତି। ରିଲ ଲାଇଫରେ ସବୁବେଳେ ଭିଲେନ ଚରିତ୍ରରେ ଅଭିନୟ କରୁଥିବା ସୋନୁ ସୁଦ ଅସହାୟ ଅଭାବୀଙ୍କୁ ସାହାଯ୍ୟ କରି ରିୟଲ୍ ଲାଇଫରେ ହିରୋ ସାଜିଛନ୍ତି। ଲକଡାଉନ୍ ପରେ ବି ସେ ଲୋକଙ୍କୁ ସାହାଯ୍ୟ କରିବା ଜାରି ରଖିଛନ୍ତି। ତାଙ୍କର ଏହି ଅବଦାନ ପରେ ଫିଲ୍ମ ନିର୍ମାତା ବର୍ତ୍ତମାନ ତାଙ୍କୁ ଫିଲ୍ମରେ ହିରୋ ଚରିତ୍ର ଅଫର୍ କରୁଛନ୍ତି। ଶୁକ୍ରବାର ଦିନ 'ୱି ଦ ୱିମେନ' ଅନଲାଇନ କାର୍ଯ୍ୟକ୍ରମରେ ସୋନୁ ସୁଦ୍ ନିଜେ ଖୁଲାସା କରିଛନ୍ତି ଯେ ୨୦୨୦ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ କିଭଳି ବଦଳାଇ ଦେଇଛି। ବିଶେଷକରି ଜଣେ ଅଭିନେତା ଭାବେ ତାଙ୍କ ପ୍ରତିଛବିକୁ ସମ୍ପର୍ଣ୍ଣ ବଦଳାଇଦେଇଛି।

{"id":380043,"sizeSlug":"large","linkDestination":"none"}

ଯେଉଁ ଅଭିନେତାଙ୍କୁ ଲୋକେ କାଲି ଭିଲେନ ବୋଲି ଜାଣିଥିଲେ ସେ ପ୍ରକୃତ ଜୀବନରେ ହିରୋ ଭଳି କରି ପ୍ରକୃତ ମାନବିକତାର ପରିଚୟ ଦେଇଛନ୍ତି। ସୋନୁ ସୁଦ୍ କହିଛନ୍ତି, 'ସିମ୍ବା', 'ଆର..ରାଜକୁମାର', 'ଅରୁନ୍ଧତୀ' ଭଳି ଫିଲ୍ମରେ ସେ ଖଳନାୟକ ଭୂମିକା କରିଛନ୍ତି। କିନ୍ତୁ ଏବେ ତାଙ୍କୁ ସବୁ ପ୍ରକାର ରୋଲ୍ ମିଳୁଛି। ତାଙ୍କୁ ୪-୫ ଟି ବହୁତ ଭଲ ସ୍କ୍ରିପ୍ଟ ମିଳିଛି ବୋଲି ସେ କହିଛନ୍ତି। ଏକ ନୂଆ ଆରମ୍ଭ ଏବଂ ତାଙ୍କୁ ଏହି ନୂଆ ଚରିତ୍ରରେ ଅଭିନୟ କରିବାକୁ ଭଲ ଲାଗିବ ବୋଲି ସେ ଆଶା କରିଛନ୍ତି।

{"id":380045,"sizeSlug":"large","linkDestination":"none"}

ଲକଡାଉନ ସମୟରେ ସୋନୁ ସୁଦ ଦେଶର ବିଭିନ୍ନ ସ୍ଥାନରୁ ଆସି ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଯିବାକୁ ସାହାଯ୍ୟ କରିଥିଲେ। ପ୍ରବାସୀଙ୍କ ପାଇଁ ସେ ଏକ ଟୋଲଫ୍ରି ନମ୍ବର ଜାରି କରିଥିଲେ। ପ୍ରବାସୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରି ସେମାନଙ୍କ ନିଜ ଘରକୁ ପଠାଇଥିଲେ। ଏପରିକି ବିଦେଶରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ଫେରାଇ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.