Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ବିଜେପିର ବିହାର ନିର୍ବାଚନ ଗୀତ ମୋ ସଙ୍ଗୀତର ନକଲ’, ସଙ୍ଗୀନ ଅଭିଯୋଗ ଆଣିଲେ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା

16/10/2020 at 3:32 PM

ନୂଆଦିଲ୍ଲୀ ୧୬/୧୦: ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଜାରି କରିଥିବା ତାର ବିହାର ନିର୍ବାଚନ ରାପ ତାଙ୍କର ଭୋଜପୁରୀ ରାପ୍ ନମ୍ବର ‘ବମବଇ ମେ କା ବା’ (ମୁମ୍ବାଇରେ କ’ଣ ଅଛି?)କୁ ଖୋଲାଖୋଲି ଭାବେ ନକଲ କରୁଥିବା କହିଛନ୍ତି। ତାଙ୍କ ଗୀତରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦେଖାଇବାକୁ ଚେଷ୍ଟା କରାଯାଇଛି। ଯେଉଁମାନେ ରୋଜଗାର ସନ୍ଧାନରେ ନିଜ ଗାଁ ଛାଡି ସହରକୁ ଯାଉଛନ୍ତି।

ଗତ ମାସରେ ସିଂହ୍ନାଙ୍କ ଏ ଗୀତ ରିଲିଜ ହୋଇଥିଲା। ଗୀତରେ ନଜର ଆସିଛନ୍ତି ଅଭିନେତା ମନୋଜ ବାଜପେୟୀ। ସେ ଗୀତରେ କୁହାଯାଇଛି ବିହାରର ଲୋକମାନେ ସାଧାରଣତଃ ଅସୁବିଧା ଅବସ୍ଥାରେ ମୁମ୍ବାଇରେ କାମ ଖୋଜନ୍ତି। ସିହ୍ନା ଓ ବାଜପେୟୀଙ୍କ ସମ୍ବନ୍ଧ ମଧ୍ୟ ବିହାର ସହ ରହିଛି।

ବିଜେପିର ବିହାର ଗୀତର ଶୀର୍ଷକ ରହିଛି ‘ବିହାର ମେ ଇ ବା’ ଓ ଏଥିରେ ରାଜ୍ୟର ହେଲଥ କେୟାର ଓ ଶିକ୍ଷା ଢ଼ାଞ୍ଚା, ଲକଡାଉନ ପରେ ଦିଆଯାଇଥିବା ଋଣ ସୁବିଧା ଓ ବିହାରରେ ଏନଡିଏ ସରକାର ଦ୍ବାରା ଗ୍ରହଣ କରାଯାଇଥିବା ଅନ୍ୟ ପଦକ୍ଷେପକୁ ଦେଖାଇବାକୁ ଚେଷ୍ଟା କରାଯାଇଛି।

ସିହ୍ନା ଏ କଥା ଟ୍ବିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ବିଜେପି ବିହାର ନିର୍ବାଚନ ପାଇଁ ଏମିତି ଏକ ପ୍ରଚାର ଗୀତ କରିଛି ଯାହାକୁ ଛଅ ସପ୍ତାହ ତଳେ ରିଲିଜ ସେ କରିଥିଲେ। ଏମିତି ଗୀତ ଯାହାର ୧୦୦ ପ୍ରତିଶତ କପିରାଇଟ ତାଙ୍କ ପାଖରେ ଅଛି। ତାଙ୍କର କେହି ଅନୁମତି ନ ନେଇ ଏ ଗୀତ ପ୍ରସ୍ତୁତ କରିଛନ୍ତି।

ବିହାର ବିଜେପି ମହାସଚିବ ଦିବେଶ କୁମାର କହିଛନ୍ତି ଏ ମାମଲା ତଥ୍ୟ ନ ମିଳିବା ଯାଏଁ ଏହା ଉପରେ ଟିପ୍ପଣୀ ଦେଇ ହେବ ନାହିଁ। ଜଣେ ବିଜେପି ନେତା କହିଛନ୍ତି ତାଙ୍କ ଗୀତକୁ ନକଲ କରାଯାଇ ନାହିଁ। ବିହାରରେ ବିରୋଧୀ ନକଲ କରିଥିଲେ। ଯେଉଁଥିରେ ଜଣେ ମହିଳା ଗୀତକୁ ଗାଉଛନ୍ତି । ଯାହାକୁ ମିଡ଼ିଆ ବ୍ୟବହାର କରିଛି। ଏହାକୁ ସେ ତୀବ ନିନ୍ଦା କରୁଥିବା କହିଛନ୍ତି। ସେ କହିଛନ୍ତି ବିରୋଧୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯାଉଛି। ତେବେ ବିହାର ନିର୍ବାଚନ ପାଇଁ ମନୋଜ ତିଓ୍ବାରି ଗୋଟିଏ ଗୀତ ଲଞ୍ଚ କରିବେ ଯାହାକୁ ନିର୍ବାଚନରେ ବ୍ୟବହାର କରାଯିବ।

   Related Posts