ରିଲିଜ୍‌ ହେଲା ଏହି ନୂଆ ଯୋଡିଙ୍କ ରୋମାଣ୍ଟିକ୍‌ ଫିଲ୍ମ 'ଖାଲି ପିଲି'ର ପୋଷ୍ଟର…ଦମ୍‌ଦାର ଲୁକ୍‌ରେ ଅନନ୍ୟା ଓ ଇଶାନ୍

Published By : Prameya-News7 Bureau | January 02, 2020 IST

ମୁମ୍ବାଇ୨|୧: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଅଭିନେତା ଇଶାନ୍‌ ଖଟ୍ଟରଙ୍କ ଯୋଡି ତପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ। ୨୦୧୮ ମସିହାରେ ଧଡ଼କ ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ପାଦ ଦେଇଥିବା ଶାହିଦ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟର ପୁଣିଥରେ ବଡ଼ପରଦାରେ ନଜର ଆସିବେ। ଖୁବ୍‌ଶୀଘ୍ର ତାଙ୍କ ଫିଲ୍ମ 'ଖାଲି ପିଲି' ରିଲିଜ ହେବ। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରେ ଅଭିନୟ କରି ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଫିଲ୍ମ 'ଖାଲି ପିଲି'ରେ ନଜର ଆସିବେ।  

{"id":205717,"width":575,"height":431,"sizeSlug":"large"}

ପତି ପତ୍ନୀ ଔର ୱ ପରେ ଏବେ ଅନନ୍ୟା ପୁଣି ନିଜ ଜଲୱା ଦେଖାଇବା ପ୍ରସ୍ତୁତିରେ ଅଛନ୍ତି। ଏଥର ପରଦାରେ ନୂଆ ଯୋଡିଙ୍କୁ ଦେଖିବାକୁ ମିଳିବ। ଅନନ୍ୟା ଓ ଇଶାନ୍‌ ପରସ୍ପରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ତେବେ ନ୍ୟୁ ଇୟରରେ ଈଶାନ ନିଜ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ପୋଷ୍ଟର ଖୁବ ଚର୍ଚ୍ଚାରେ ଅଛି। ଏହି ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରରେ ଈଶାନ୍‌ ଓ ଅନନ୍ୟା ପାଣ୍ଡେ ଏକ ଟ୍ୟାକ୍ସିରେ ବସିଥିବା ନଜର ଆସିଛି।

{"id":205718,"width":560,"height":420,"sizeSlug":"large"}

ଚଳିତବର୍ଷ ଜୁନ୍‌ ମାସ ୧୨ ତାରିଖରେ 'ଖାଲି ପିଲି' ରିଲିଜ ହେବ ବୋଲି କୁହାଯାଉଛି।  ଏକ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ, ସେ ଏକ ରୋମାଣ୍ଟିକ୍‌ ଫିଲ୍ମ କରିବାକୁ ଚାହୁଁଥିଲେ। ‘ଖାଲିପିଲି’ ଫିଲ୍ମରେ ଅଭିନୟ କରି ସେ ବହୁତ ଖୁସି। ଈଶାନଙ୍କ ସହ କାମ କରି ସେ ଖୁବ୍‌ ଏନ୍‌ଜୟ କରିଛନ୍ତି। ଏହି ଫିଲ୍ମରେ ଲଭ୍‌, ରୋମାନ୍ସ ସହ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ଜୟଦୀପ୍‌ ଆହାଲଓ୍ଵାଟ୍‌ ଖଳନାୟକ ଭୂମିକାରେ ଅଭିନୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.