କରୋନାରେ ‘ରଶ୍ମୀ ରକେଟ୍‌’ ଫିଲ୍ମ ଏଡିଟର ଅଜୟ ଶର୍ମାଙ୍କ ପରଲୋକ, ଅକ୍ସିଜେନ୍‌ ଅଭାବ ପାଇଁ ଗଲା ଜୀବନ

Published By : Prameya-News7 Bureau | May 05, 2021 IST

ମୁମ୍ବାଇ ୫/୫: ତାପସୀ ପନ୍ନୁଙ୍କ ଅପକମିଂ ଫିଲ୍ମ ‘ରଶ୍ମୀ ରକେଟ୍‌’ର ଏଡିଟର ଅଜୟ ଶର୍ମାଙ୍କ କରୋନାରେ ନିଧନ ହୋଇଯାଇଛି। ୧୦ ଦିନ ହେଲା କରୋନରେ ପୀଡ଼ିତ ଥିବା ଅଜୟ ଶେଷରେ ଲଢ଼େଇରେ ହାରି ଯାଇଛନ୍ତି। ଅଜୟ ଶର୍ମା କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକ୍ସିଜେନ୍‌ ଲେଭଲ୍‌ ବହୁତ ତଳକୁ ଖସିଆସିଥିଲା। ଏଥିପାଇଁ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଅକ୍ସିଜେନ୍‌ ପାଇଁ ଗୁହାରି ମଧ୍ୟ କରିଥିଲେ। ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର ଟ୍ବିଟ୍‌ କରି ଅଜୟ ଶର୍ମାଙ୍କ ନିଧନକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି।

wp:embed {"url":"https://twitter.com/ShriyaP/status/1389815613929844739","type":"rich","providerNameSlug":"twitter","responsive":true,"className":""}
https://twitter.com/ShriyaP/status/1389815613929844739
/wp:embed

ଶ୍ରିୟା ଲେଖିଛନ୍ତି, ‘ମୁଁ ପୂରା ଭାଙ୍ଗିପଡ଼ିଛି। ଆମେ ଆଜି ଅଜୟ ଶର୍ମାଙ୍କୁ ହରାଇଦେଇଛୁ। ସେ କେବଳ ଜଣେ ଭଲ ଏଡିଟର ନଥିଲେ, ଭଲ ମଣିଷ ଥିଲେ ମଧ୍ୟ।’ ଅଜୟ ଶର୍ମା ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ରଶ୍ମୀ ରକେଟ୍‌’ରେ ଏଡିଟର ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ ‘ଜଗ୍ଗା ଜାସୁସ୍‌’ଅନୁରାଗ କାଶ୍ୟପଙ୍କ ଫିଲ୍ମ ‘ଲୁଡୋ’, ‘ଇନ୍ଦୁ କି ଜବାନୀ’ ଫିଲ୍ମରେ ମଧ୍ୟ କାମ କରିଥିଲେ ଅଜୟ। ଏହା ସହ ସୁପରହିଟ୍‌ ଓ୍ବେବ୍‌ ସିରିଜ୍‌ ବନ୍ଦିଶ୍‌ ବଣ୍ଡିତ୍‌ରେ ଅଜୟ ଏଡିଟର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ।  

wp:embed {"url":"https://twitter.com/editorsuresh/status/1389825199307071489","type":"rich","providerNameSlug":"twitter","responsive":true,"className":""}
https://twitter.com/editorsuresh/status/1389825199307071489
/wp:embed

ଅଜୟ ଶର୍ମାଙ୍କ ପରଲୋକରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।  ଫିଲ୍ମ ଏଡିଟର ଟିଏସ୍‌ ସୁରେଶ ଟ୍ବିଟ୍‌ କରି ଲେଖିଛନ୍ତି, ‘ ଜୀବନ ଅନିଶ୍ଚିତ। ଆରଇପି ଅଜୟ ଶର୍ମା। ଜଣେ ମହାନ ପ୍ରତିଭା ଶୀଘ୍ର ଚାଲିଗଲେ। ଏଭଳି ସମୟରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କୁ ମୋର ସମବେଦନା।’ ବଲିଉଡରେ କରୋନା କୋପ। ଅଜୟଙ୍କ ପୂର୍ବରୁ ବିକ୍ରମଜିତ କମ୍ବରପାଳଙ୍କ କରୋନାରେ  ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ନିକ୍କି ତମ୍ବୋଲୀଙ୍କ ଭାଇ ଏବଂ ପିୟା ବାଜପେୟୀଙ୍କ ଭାଇ ମଧ୍ୟ କରୋନାରେ ଆଖି ବୁଜିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.