ଦକ୍ଷିଣ ଭାରତୀୟ ଫିଲ୍ମର ନିର୍ଦେଶକ ବାବୁ ସିବାନଙ୍କ ପରଲୋକ : ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | September 17, 2020 IST

ଚେନ୍ନାଇ ୧୭/୯: ଫିଲ୍ମ ଇଣ୍ଡଷ୍ଟ୍ରିରୁ କିଛି ଦିନ ହେବ ଲଗାତାର ଦୁଃଖ ଖବର ସାମନାକୁ ଆସୁଛି। ଅନେକ ଲୋକଙ୍କ ପରଲୋକ ଖବର ଲଗାତାର ଇଣ୍ଡଷ୍ଟ୍ରିରୁ ଆସୁଛି। ଏବେ ନିକଟରେ ଦକ୍ଷିଣ ଭାରତୀୟ ଫିଲ୍ମର ନିର୍ଦେଶକ ବାବୁ ସିବାନଙ୍କ ପରଲୋକ ଖବର ସାମନାକୁ ଆସିଛି। ବାବୁ ସିବାନ ଅସୁସ୍ଥତା କାରଣରୁ ଚେନ୍ନାଇରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ବାବୁଙ୍କୁ ମାତ୍ର ୫୪ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗ ଯୋଗୁଁ ତାଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

wp:core-embed/twitter {"url":"https://twitter.com/vijayantony/status/1306455660431720450","type":"rich","providerNameSlug":"twitter","className":""}
https://twitter.com/vijayantony/status/1306455660431720450
/wp:core-embed/twitter

କୁହାଯାଉଛି ଯେ ବାବୁ ସିବାନ,ହୃଦରୋଗ ଏବଂ ବୃକକ ରୋଗରେ ପୀଡ଼ିତ ଥିଲେ। ରବିବାର ତାଙ୍କ ୨ଝିଅ ତାଙ୍କ ମାଆଙ୍କ ସହ ଥିଲେ ଏବଂ NEET ପରୀକ୍ଷା ଦେଉଥିଲେ। ସେମାନେ ଘରକୁ ପହଞ୍ଚି ବାବୁଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ। ବିଳମ୍ବ ନ କରି ତାଙ୍କୁ ନିକଟରେ ଏକ ହସ୍ପିଟାଲ୍ ନିଆଯାଇଥିଲା। ବାବୁ କିଛି ବର୍ଷ ହେବ କାମ କରୁନଥିଲେ। ଏଥିପାଇଁ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ସ୍ଥାନାନ୍ତରିତ କରି ଦିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ସେ ଆଖି ବୁଜି ଦେଇଥିଲେ।

{"id":330902,"sizeSlug":"large"}

୨୦୦୯ମସିହାରେ ବିଜୟ ଏବଂ ଅନୁଷ୍କା ଶେଟ୍ଟୀ ଅଭିନୀତ ଫିଲ୍ମ ‘ଭେଟ୍ଟିକରନ’ ବାବୁ ସିବାନ  ନିର୍ଦେଶନା ଦେଇଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.