ହିରୋଇନ୍ କରାଇଦେବାକୁ କହି ଯୁବତୀଙ୍କ ସହ ଅସଦାଚରଣ ଓ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ଗିରଫ ହେଲା ନକଲି ନିର୍ଦ୍ଦେଶକ

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ଓଲିଉଡ୍ ର ପିଛା ଛାଡୁନି କାଷ୍ଟିଂ କାଉଚ୍ । ଗୋଟିଏ ପରେ ଗୋଟିଏ କାଷ୍ଟିଂ କାଉଚ୍ ଘଟଣା ସାମ୍ନାକୁ ଆସୁଛି । ଏ ଭିତରେ ପୁଣି ଜଣେ ଯୁବତୀ କାଷ୍ଟିଂ କାଉଚ୍‌ ର ଅଭିଯୋଗ କରିଛନ୍ତି । ସଂପୃକ୍ତ ଯୁବତୀଙ୍କୁ ହିରୋଇନ୍‌ କରାଇଦେବାକୁ କହି ତାଙ୍କ ସହିତ ଅସଦାଚରଣ କରିବା ସହ କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ଜଣେ ଯୁବକ । ନିଜକୁ ଡାଇରେକ୍ଟର ବୋଲି ପରିଚୟ ଦେଇ ଯୁବକ ଜଣଙ୍କ ଏଭଳି କରିଥିବା ଜଣାପଡିଛି । ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକଙ୍କ ମୋବାଇଲରୁ ଅନେକ ଆପତ୍ତିଜନକ ଫଟୋ ମିଳିଛି । ଅନେକ ଝିଅଙ୍କୁ ସେ ପ୍ରତାରଣା କରିଥିବା ପୋଲିସ ଆଗରେ ସ୍ବୀକାର ମଧ୍ୟ କରିଛି ।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ତଳେ କଟକର ଜଣେ ଯୁବତୀଙ୍କ ସହ ସହିଦନଗର ଅଞ୍ଚଳର ଜେଡ୍‌ ଡି ଅଭିନାଶ ରାଉତଙ୍କର ପରିଚୟ ହୋଇଥିଲା । କିଛିଦିନ କଥାବାର୍ତ୍ତା ହେବା ପରେ ଅଭିନାଶ ଜାଣିବାକୁ ପାଇଥିଲେ ଯେ ଯୁବତୀ ଜଣକ ମଡେଲିଂ କରନ୍ତି । ତାପରେ ଅଭିନାଶ ସଂପୃକ୍ତ ଯୁବତୀଙ୍କୁ ହିରୋଇନ୍‌ କରାଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଯୁବତୀଙ୍କୁ ନେଟ୍‌ଫ୍ଲିକ୍ସରେ ତାଙ୍କର ଏକ ସିରିଜ୍ ଚାଲୁଛି ଓ ସେଥିରେ ତାଙ୍କୁ ସୁଯୋଗ ଦେବାକୁ ମଧ୍ୟ ଅଭିନାଶ କହିଥିଲେ । ଯେଉଁଥିପାଇଁ ତାଙ୍କୁ କିଛି ଫଟୋ ସୁଟ୍ କରିବାକୁ ପଡିବ ବୋଲି ଅଭିନାଶ କହିଥିଲେ । ଫଟୋ ସୁଟ୍‌ ପାଇଁ ଯୁବତୀ ଜଣଙ୍କ ସହିଦନଗରରେ ପହଞ୍ଚିବା ପରେ ଅଭିନାଶ ତାଙ୍କର ଫଟୋ ସୁଟ୍‌ କରିଥିଲେ । ତେବେ ଏହି ଫଟୋ ସୁଟ୍‌ ସମୟରେ ଯୁବତୀଙ୍କୁ ଅଭିନାଶ ଅସଦାଚରଣ କରିଥିଲେ । ପରେ ଏକ ରୁମ୍‌କୁ ନେଇ ସେଠାରେ ବିବସ୍ତ୍ର ହୋଇ ରାମ୍ପରେ ଚାଲିବାକୁ କହିଥିଲେ । ହେଲେ ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ । ଏହା ପରେ ଅଭିନାଶ ତାଙ୍କ ସହ ଅସଦାଚରଣ କରିଥିଲେ ।

ଅଭିନାଶ ତାଙ୍କୁ କହିଥିଲେ ଯେ, ଓଲିଉଡ୍‌ ହେଉ କି ବଲିଉଡ୍‌ କମ୍ପ୍ରମାଇଜ୍‌ କଲା ପରେ ହିଁ ଷ୍ଟାର ହେବାର ସୁଯୋଗ ମିଳେ । ତୁମେ ଯଦି କମ୍ପ୍ରମାଇଜ କରିବ ତେବେ ତୁମେ ମଧ୍ୟ ରାତାରାତି ଷ୍ଟାର ପାଲଟିଯିବ । ଅଭିନାଶଙ୍କ ଏଭଳି ପ୍ରସ୍ତାବରେ ଯୁବତୀ ଜଣଙ୍କ ରାଜି ହୋଇନଥିଲେ । ପରେ ସେ ସହିଦନଗର ଥାନାରେ ଘଟଣା ନେଇ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅଭିନାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.