Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଫିଲ୍ମ କମ୍ପାନୀ ଚୋରି କରିଛନ୍ତି ୩୫୦କୋଟି ଟଙ୍କାର ଟ୍ୟାକ୍ସ୍ , ଅଭିନେତ୍ରୀ ତାପସୀ ପନ୍ନୁ ନେଇଛନ୍ତି ଏତେ କୋଟି : ଆୟକର ବିଭାଗର ସାଂଘାତିକ ବୟାନ

4/03/2021 at 9:04 PM

ନୂଆଦିଲ୍ଲୀ ୦୪/୦୩ : ବଲିଲଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଫିଲ୍ବ ଅଭିନେତା ଅନୁରାଗ କଶ୍ୟପଙ୍କ ସମେତ ଫିଲ୍ବ ଇଣ୍ଡଷ୍ଟ୍ରି ସହ ଜଡିତ ବ୍ୟକ୍ତିମାନଙ୍କ ଘରେ ଆୟକର ବିଭାଗର ଚଢଉ ଏବଂ ଯାଞ୍ଚ ଜାରି ରହିଛି । ଆୟକର ବିଭାଗ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ସର୍ଚ୍ଚ ଅପରେସନ୍‌ ବେଳେ ସେହି ଫିଲ୍ମ ପ୍ରଡକ୍ସନ୍‌ ହାଉସ୍ ଗୁଡିକର ଆୟ ଏବଂ ସେୟାରରେ ବଡଧରଣର ହେର୍‌ଫେର୍‌ ହୋଇଥିବା ଜଣାପଡିଥିଲା ।

ଆୟକର ବିଭାଗ କହିଛି ଯେ, ପ୍ରାୟ ୩୫୦ କୋଟି ଟଙ୍କାର ଆୟକର ହେର୍‌ଫେର୍‌ ହୋଇଥିବା ଜାଣିବାକୁ ମିଳିଛି । ତେବେ କେଉଁଠାରୁ କେତେ ପରିମାଣର ହେରଫେର୍ ହୋଇଛି ତାହାର ତଥ୍ୟ ରଖିନି ଆୟକର ବିଭାଗ । ତେବେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାଁରେ କରାଯାଇଥିବା ୫ କୋଟି ଟଙ୍କାର କ୍ୟାସ୍‌ ରିସିପ୍ଟକୁ ଜବତ କରାଯାଇଛି ଏବଂ ତାହାର ତଦନ୍ତ ଜାରି ରହିଛି ।

ଆୟକର ବିଭାଗ ଦେଇଥିବା ସୂଚନା ଅନୁସାରେ ମାର୍ଚ୍ଚ ୩ତାରିଖରୁ ୨ଟି ବଡ ଫିଲ୍ମ ପ୍ରଡକ୍ସନ୍‌ ହାଉସ୍, ଜଣେ ଅଭିନେତ୍ରୀ ଏବଂ ମୁମ୍ବାଇର ୨ଟି ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀଙ୍କ ଠିକଣାରେ ଚଢଉ ହୋଇଛି । କେବଳ ସେତିକି ନୁହେଁ ମୁମ୍ବାଇ, ଦିଲ୍ଲୀ, ପୁଣେ ଏବଂ ହାଇଦ୍ରାବାଦ ସମେତ ବିଭିନ୍ନ ଅଫିସ ଏବଂ ଘର ଠିକଣାକୁ ମିଶାଇ ପ୍ରାୟ ୨୮ଟି ସ୍ଥାନରେ ଚଢଉ ଜାରି ରହିଛି ।

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ତାଙ୍କ କମ୍ପାନୀ ବିରୁଦ୍ଧରେ ପ୍ରାୟ ୨୫ କୋଟି ଟଙ୍କାର ଆୟକର ଚୋରି ସନ୍ଦେହ କରୁଛି ଆଇଟି । ତାପସୀ ପ୍ରାୟ ୫ କୋଟି ଟଙ୍କାର ନଗଦ ଟଙ୍କା ନେଇଥିବା କହିଛି ଆୟକର ବିଭାଗ । ତେବେ ତାଙ୍କର ପ୍ରାଥମିକ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ଗୁରୁବାର ପୁଣି ଥରେ ବିସ୍ତୃତ ବୟାନ ରେକର୍ଡ କରାଯାଇଛି । ତାଙ୍କ ମୋବାଇଲ ଫୋନରୁ କିଛି ଡାଟା ସେ ଜାଣିଶୁଣି ଡିଲିଟ୍‌ କରିଥିବା ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା । ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଦରକାର ପଡିଲେ ତାଙ୍କୁ ପୁଣି ଥରେ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛି ଆୟକର ବିଭାଗ ।   

   Related Posts