ଫିଲ୍ମସିଟି ମିଟିଂରେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୀତ ଗାଇଲେ ଉଦିତ ନାରାୟଣ

Published By : Prameya-News7 Bureau | September 22, 2020 IST

ଲକ୍ଷ୍ମୌ ୨୨/୦୯: ‘ମିତଓ୍ବା ତୁଝକୋ କ୍ୟା ଡର ହୈ ରେ...’ ଏଇ ଗୀତ ଆଜି ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗାଇଛନ୍ତି ଉଦିତ ନାରାୟଣ। ଲକ୍ଷ୍ମୌରେ ଆଜି ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉତ୍ତର ପ୍ରଦେଶରେ ଫିଲ୍ମସିଟି ନିର୍ମାଣକୁ ନେଇ ବୈଠକ ହୋଇଥିଲା। ବୈଠକ ଶେଷରେ କଣ୍ଠଶିଳ୍ପୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଇଁ ମିତଓ୍ବା ତୁଝକୋ କ୍ୟା ଡର ହୈ ରେ... ଗୀତ ଗାଇଲେ। ଏହି ଅବସରରେ  ଯୋଗୀ ହାତ ଯୋଡି ତାଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

{"id":333084,"sizeSlug":"large"}

ଯୋଗୀ କହିଛନ୍ତି ‘‘ଭାରତର ନାଁ ଶକୁନ୍ତଳା ପୁତ୍ର ଭରତ ନାଁରେ ପଡୁଛି। ସେହି ହସ୍ତୀନାପୁର ଆଖପାଖ ଇଲାକାରେ ଫିଲ୍ମସିଟି ପ୍ରସ୍ତାବ ରଖୁଛୁ। ଗଙ୍ଗା ଓ ଯମୁନା ମଧ୍ୟରେ ଭୂଭାଗ ରହିଛି। ଯମୁନା ଏକ୍ସପ୍ରେସ ଯାହା ଦିଲ୍ଲୀକୁ ଆଗ୍ରାରେ ଯୋଡିବାକୁ ଆସୁଛି ୟାରି ମଧ୍ୟରେ ଏହି ସବୁ କ୍ଷେତ୍ର ପଡୁଛି। ତେବେ ଏହା କେବଳ ଫିଲ୍ମସିଟି ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ସେଠାରେ ଓ୍ବାଲର୍ଡ ଇଲେକଟ୍ରନିକ ସିଟି ମଧ୍ୟ ଦିଆଯିବ। ଏହା ସହ ଓ୍ବାଲ୍ଡ କ୍ଲାସ ଫାଇନାନସିଆଲ ସିଟି ମଧ୍ୟ ପ୍ରସ୍ତାବିତ କରାଯିବ। ଯାହା ସେଠାରୁ ଆର୍ଥିକ ଓ କାର୍ଯ୍ୟକଳାପକୁ ସଞ୍ଚାଳିତ କରିପାରିବ।’’

ଏହି ମିଟିଂରେ ସୁପର ଷ୍ଟାର୍ ରଜନୀକାନ୍ତ, ତାଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ, ନିର୍ମାତା ନିର୍ଦେଶକ ମଧୁର ଭଣ୍ଡାରକର, ଅଭିନେତା ପ୍ରିୟଦର୍ଶନ, ରବୀନା ଟଣ୍ଡନ, ସୁଭାଷ, ଘାଇ, ପରେଶ ରାଓ୍ବଲ, ଗାୟକ ଅନୁପ ଜଲୋଟା, ଉଦିତ ନାରାୟଣ, କୈଳାଶ ଖେର, ଲେଖକ ବିଜୟେନ୍ଦ୍ର ପ୍ରସାଦ, ଗୀତିକାର ମନୋଜ ମୁନ୍ତସିସର ପ୍ରମୁଖ ସେଲିବ୍ରିଟି ସାମିଲ ଥିଲେ। ଅନ୍ୟପଟେ ଅନୁପମ ଖେରଙ୍କ ସମେତ ଅନ୍ୟାନ୍ୟ କେତେକ କଳାକାର ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇଥିଲେ। ଏମାନେ ସମସ୍ତେ ଫିଲ୍ମସିଟି ନିର୍ମାଣ ପାଇଁ ଯୋଗୀ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସମାଜବାଦୀ ପାର୍ଟି (ସପା) ନେତା ମୁଖ୍ୟ ଅଖିଳେଶ ଯାଦବ ନୋଏଡାରେ ଫିଲ୍ମସିଟି ନିର୍ମାଣକୁ ବିରୋଧ କରିଛନ୍ତି। ସପା କାଳ​‌ରେ ଫିଲ୍ମସିଟିର ଶ୍ରେୟ ନେବା ପାଇଁ ବିଜେପି ସରକାର କଇଁଚି ଧରି ଫିତା କାଟିବାକୁ ପ୍ରସ୍ତୁତ। ମାତ୍ର ଏବେ ନା ତାଙ୍କ ଅଭିନେତାଙ୍କ ଅଭିନୟ କାମ ଦେଉଛି ନା ତାଙ୍କର କୌଣସି ଡାଏଲଗ। ସେ କାହା ନାଁ ନନେଇ ଟ୍ବିଟରରେ କହିଛନ୍ତି ସେମାନଙ୍କ ଫ୍ଲପ୍ ପିକଚର ଆସିବାକୁ ଯାଉଛି। କାରଣ ରାଜ୍ୟର ଅସଲ ଚିତ୍ର ତିଆରି କରିବାବାଲାଙ୍କ ଆଡଭାନ୍ସ ବୁକିଙ୍ଗ ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.