Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୦ ଟିଜର୍ ଏବଂ ୧୩ ମୋସନ୍ ପୋଷ୍ଟର୍ ସହିତ ରିଲିଜ୍ ହେବ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ସିବିଏଫସି ତରଫରୁ ମିଳିଲା ଅନୁମତି

27/05/2021 at 2:41 PM

ମୁମ୍ବାଇ ୨୭/୦୫: କରନ ଜୋହର ପ୍ରଡକ୍ସନ୍ସର ବହୁ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୋନା ଲକଡାଉନ୍ ଯୋଗୁଁ ଅଟକି ରହିଛି। ଏହି ଥ୍ରୀଲର ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ ସେୟାର କରୁଥିବା ନଜର ଆସିବେ। ‘ବ୍ରହ୍ମାସ୍ତ୍ର’ର ସୁଟିଂ ମୁମ୍ବାଇର ଫିଲ୍ମ ସିଟିରେ ଚାଲିଥିଲା। ପୂର୍ବରୁ ଏହି ଫିଲ୍ମର ସୁଟିଂ ଅନେକ ଥର ବନ୍ଦ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଏହି ଫିଲଲ୍ମ ପାଇଁ ୧୦ ଟିଜର ଏବଂ ୧୩ ଟି ମୋସନ୍ ପୋଷ୍ଟର ରିଲିଜ୍ କରିବାକୁ ଧର୍ମ ପ୍ରଡକ୍ସନ୍ସକୁ ସିବିଏଫସି (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) ଅନୁମୋଦନ କରିଛି। ସିବିଏଫସି ଫିଲ୍ମ ନିର୍ମାତାଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ପ୍ରମୋସନାଲ୍ ସାମଗ୍ରୀକୁ କାଟି ନ ଦେଇ ପାସ କରିଦେଇଛି । ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ବଙ୍ଗାଳୀ ସମେତ ଅନେକ ଭାଷାରେ ପ୍ରମୋଟ୍ କରିବାକୁ ଏହି ଫିଲ୍ମକୁ ଅନୁମୋଦନ କରାଯାଇଛି। ଏହି ଫିଲ୍ମର ଟିଜରକୁ ସେନ୍ସର ବୋର୍ଡ U ସାର୍ଟିଫିକେଟ୍ ଦେଇଛି । ଏହା ବ୍ୟତୀତ ନିର୍ମାତାଙ୍କ ଦ୍ୱାରା ୫ ମିନିଟର ଏକ ଅନ୍ତର୍ଜାତୀୟ ଟ୍ରେଲର ମଧ୍ୟ ଫିଲ୍ମକୁ ପଠାଯାଇଛି।

ବାଣିଜ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ୨୦୧୮ ରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ୨୦୨୧ ଚାଲିଛି। ଏପର୍ଯ୍ୟନ୍ତ ଏହାର ସୁଟିଂ ଶେଷ ନାହିଁ। ୨୦୨୧ ଶେଷରେ ଏହା ରିଲିଜ୍ ହୋଇପାରେ ବୋଲି ଆଶା କରାଯାଉଛି । ରଣବୀର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରାଏ ମଧ୍ୟ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ଶାହାରୁଖ ଖାନଙ୍କ ଏକ କ୍ୟାମିଓ ମଧ୍ୟ ଅଛି । ମନ୍ଦ ଉପରେ ଭଲର ବିଜୟର ବିଷୟବସ୍ତୁ ଉପରେ ଆଧାର କରି ଏହି ଫିଲ୍ମଟି ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।

   Related Posts