ଫିଲ୍ମ ଅଭିନେତ୍ରୀ ବିଲଡିଂ ଛାତରୁ ଡେଇଁ କଲେ ଆତ୍ମହତ୍ୟା, ଜାଣନ୍ତୁ ରହସ୍ୟ

Published By : Prameya-News7 Bureau | August 30, 2019 IST

ମୁମ୍ବାଇ୩୦|୮: ମୁମ୍ବାଇର ଓଶିଓ୍ବାରା ଲୋଖଣ୍ଡଓ୍ବାଲା ଅଞ୍ଚଳରେ ଜଣେ ଅଭିନେତ୍ରୀ ବିଲଡିଂ ଛାତରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ମୃତକ ଅଭିନେତ୍ରୀଙ୍କ ନାଁ ପର୍ଲ ପଞ୍ଜାବି ବୋଲି କୁହାଯାଉଛି। ଏବଂ ଅଭିନେତ୍ରୀଙ୍କ ବୟସ ୨୨ରୁ୨୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି।

ପର୍ଲ ମଡଲିଂ କରିବା ସହ ନୂଆକରି ଫିଲ୍ମ ଦୁନିଆରେ ପାଦ ଥାପି ଥଲେ। ପିଲ୍ମ ଇଣ୍ଡଷ୍ଟ୍ରି ଉପରେ ନିଜର ଦବଦବା ଜାହିର କରିବା ପାଇଁ ସେ ଚାହୁଁଥିଲେ । ହେଲେ ସେ ସଫଳତା ପାଖରେ ପହଞ୍ଚି ପାରିଲେ ନାହିଁ। ତେଣୁ ନିଜ ଆପାର୍ଟମେଣ୍ଟର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଅଭିନେତ୍ରୀ ପର୍ଲ କୌଣସି ଏକ ସଂସ୍ଥା ମଧ୍ୟ ଚାକିରି କରୁଥିଲେ। ତାଙ୍କ ମାଆଙ୍କ ସହ ପର୍ଲଙ୍କ ଭଲ ସଂପର୍କ ନଥିଲା ବୋଲି ସୂଚନା ମିଳିଛି।

{"id":150922}

ପୋଲିସର କହିବା ମୁତାବକ, ପର୍ଲଙ୍କ ମାନସିକ ସ୍ଥିତି ଭଲ ନଥିଲା। ଛୋଟ ଛୋଟ କଥାରେ ରାଗି ଯାଉଥିଲେ ଏବଂ ନିଜ ଉପରେ ସେ ନିୟନ୍ତ୍ରଣ ହରାଇ ବସୁଥିଲେ। ପୂର୍ବରୁ ଦୁଇଥର ଆତ୍ମହତ୍ୟା କରିବା ପାଇଁ ସେ ଉଦ୍ୟମ କରିଥିଲେ ହେଲେ ବିଫଳ ହୋଇଥିଲେ।

ସୂଚନା ମୁତାବକ,  ରାତି ସାଢ଼େ ୧୨ଟାରେ କୌଣସି ଏକ କଥାକୁ ନେଇ ପର୍ଲ ଘରେ ଝଗଡା କରିଥିଲେ। ସଙ୍ଗେ ସଙ୍ଗେ ନିଜ ଆପାର୍ଟମେଣ୍ଟର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୋଲିସ ମୃତ ଶବକୁ ଉଦ୍ଧାରକରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.