କ୍ୟାନସର ସହ ସଂଘର୍ଷ କରୁଛନ୍ତି ତାମିଲ ଅଭିନେତା ଥବାସୀ : ରଜନୀକାନ୍ତଙ୍କ ସହ କରିସାରିଛନ୍ତି କାମ

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮/୧୧: ଫିଲ୍ମ ଏବଂ ଗ୍ଲାମର ଜଗତ ଦୂରରୁ ଯେତେ ସୁନ୍ଦର ଦେଖାଯାଇଥାଏ ବାସ୍ତବରେ ସେହିପରି ହୋଇନଥାଏ। ଅନେକ କଳାକାର ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଏକ ସମୟରେ ଲୋକଙ୍କ ପ୍ରିୟ କଳାକାର ହୋଇଥିଲେ କିନ୍ତୁ ସମୟ ବଦଳିବା ସହ ଲୋକେ ସେମାନଙ୍କୁ ଭୁଲାଇ ଦେଇଥିଲେ। ଏପରି ଅନେକ ଷ୍ଟାରଙ୍କ ସହ ଦେଖିବାକୁ ମିଳିଛି। କରୋନା କାଳରେ ସମସ୍ତଙ୍କ ଜୀବନ ପ୍ରଭାବିତ ହୋଇଛି। ନିକଟରେ ଜଣେ ଦକ୍ଷିଣ ଭାରତୀୟ ଅଭିନେତା ନିଜ ଚିକିତ୍ସା ପାଇଁ ସାହାଯ୍ୟ ମାଗି ଚର୍ଚ୍ଚାକୁ ଆସିଛନ୍ତି।

wp:html
/wp:html

ରଜନୀକାନ୍ତ ସମେତ ଅନେକ ବଡ଼ ଷ୍ଟାରଙ୍କ ସହ କାମ କରିଥିବା ଅଭିନେତା ଥବାସୀ ରୋଗଗ୍ରସ୍ତ ହୋଇ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ନିଜ ଅବସ୍ଥା‌ ବିଷୟରେ କହିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତାଙ୍କ ଓଜନ ପୂର୍ବ ଅପେକ୍ଷା କମିଯାଇଛି। ଥବାସୀ ହାତ ଯୋଡ଼ି ସାହାଯ୍ୟ ପାଇଁ ଆକୁଳ ବିନତି କରୁଛନ୍ତି। ଥବାସୀ କହୁଛନ୍ତି ଯେ ସେ ୧୯୯୩ମସିହାରେ Kizhakku Cheemayile ଫିଲ୍ମଠୁ ଆରମ୍ଭ କରି ରଜନୀକାନ୍ତଙ୍କ ଫିଲ୍ମ Annaattheରେ ମଧ୍ୟ କାମ କରିଥିଲେ। ସେ କେବେ ଭାବିନଥିଲେ ଯେ ସେ ଏପରି ରୋଗର ଶିକାର ହେବେ।

ଏହା ସହିତ ଥବାସୀ ଫିଲ୍ମ କଳାକାରଙ୍କୁ କ୍ୟାନସରର ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ମାଗିଛନ୍ତି। ଅଭିନେତା-ଫିଲ୍ମ ନିର୍ମାତା ଶିବକାର୍ତ୍ତିକେୟନ ତାଙ୍କ ପାଇଁ ସାହାଯ୍ୟର ହାତ ଆଗକୁ ବଢ଼ାଇଛନ୍ତି। କିନ୍ତୁ ଥବାସୀ ଚାହୁଁଛନ୍ତି ଯେ କଳାକାରମାନେ ମଧ୍ୟ ତାଙ୍କ ସାହାଯ୍ୟ ପାଇଁ ଆଗକୁ ଆସନ୍ତୁ ଯାହା ଫଳରେ ସେ ତାଙ୍କ ଚିକିତ୍ସା ଠିକଭାବେ କରାଇପାରିବେ।
ରଜନୀକାନ୍ତ ମଧ୍ୟ ସାହାଯ୍ୟ ପାଇଁ ହାତ ଆଗକୁ ବଢ଼ାଇଛନ୍ତି। ଥବାସୀ ଗତ ୩୦ବର୍ଷରୁ ସାଉଥ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.