ପୁରୁଷଙ୍କ ସହ ଗଣଦୁଷ୍କର୍ମ...

Published By : Prameya-News7 Bureau | October 07, 2020 IST

ମୁମ୍ବାଇ ୦୭/୧୦ : ଓଟିଟି ପ୍ଲାଟଫର୍ମ ଶିମାରୁ ବକ୍ସ ଅଫିସ ଅକ୍ଟୋବର ୯ ତାରିଖରେ ପୁରୁଷଙ୍କୁ ଗଣଦୁଷ୍କର୍ମ ସହ ଜଡିତ କାହାଣୀ ୩୭୬ଡି ରିଲିଜ କରିବାକୁ ଯାଉଛି। ହିନ୍ଦୀ ସିନେମାରେ ଏହିଭଳି କାହାଣୀ ଆଗରୁ କେବେ ଆସିନଥିଲା। ୧୯୯୦ ଦଶକରେ ଦାମିନୀରୁ ଆରମ୍ଭ କରି ପିଙ୍କ୍ ଯାଏଁ ଦର୍ଶକ ଏହିଭଳି ଫିଲ୍ମକୁ ବହୁତ ପ୍ରଶଂସା କରିଛନ୍ତି। ଯେଉଁ ଫିଲ୍ମର ବିଷୟବସ୍ତୁ ଦୁଷ୍କର୍ମ ମାମଲାରେ ଆଇନ ପକ୍ଷକୁ ମଜବୁତ ସହ ଦେଖାଇଥାନ୍ତି ସେହିଭଳି ସିନେମାକୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି।

{"id":340202,"sizeSlug":"large"}

୩୭୬ଡି ଦିଲ୍ଲୀରେ ଗୋଟିଏ ରାତିରେ ଦୁଇ ଭାଇଙ୍କ ସହ ଦୁଷ୍କର୍ମ କାହାଣୀ ଉପରେ ଫିଲ୍ମଟି ଆଧାରିତ। ଏହା ଏହିଭଳି ଏକ ବିଷୟ ଯେଉଁ ବିଷୟ ଉପରେ ଆଲୋଚନା କରିବା କାହା ପାଇଁ ସହଜ ନୁହେଁ। ଆଇନ ତଥା ନ୍ୟାୟ ବ୍ୟବସ୍ଥାରେ ଏଥିରେ ପୀଡିତଙ୍କୁ ନ୍ୟାୟ ଦେବା ରାସ୍ତାରେ ଅନେକ କଣ୍ଟା ରହିଛି। ଫିଲ୍ମର ନିର୍ଦେଶନା ଗୁଣବିନ କୌର ଓ ରବୀନ ସିକରବାର ଦେଇଛନ୍ତି।

{"id":340203,"sizeSlug":"large"}

ଗୁରବୀନ କହିଛନ୍ତି ଯେ, ଆରମ୍ଭରେ ସେ ମହିଳାଙ୍କ ଗଣଦୁଷ୍କର୍ମ କାହାଣୀ ଉପରେ ଫିଲ୍ମ କରିବାକୁ ବିଚାର କରିଥିଲେ। କିନ୍ତୁ ଅନୁସନ୍ଧାନ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଏହିଭଳି ଘଟଣା ପୁରୁଷଙ୍କ ସହିତ ମଧ୍ୟ ଘଟୁଛି। କିନ୍ତୁ ପୁରୁଷମାନେ ନିଜର ସାମାଜିକ ସ୍ଥିତି କାରଣରୁ ଏହିଭଳି ମାମଲା ରୁଜ୍ଜୁ କରିପାରନ୍ତି ନାହିଁ। ଦୁଷ୍କର୍ମ ଅତ୍ୟନ୍ତ ଖରାପ ଓ ଘୃଣିତ, ସେ ମହିଳା ସହ ହେଉ କିମ୍ବା ପୁରୁଷ ସହ ହେଉ। ସେଥିପାଇଁ ସେ ନିଜ କାହାଣୀକୁ ନୂଆ ମୋଡ ଦେବାକୁ ଚିନ୍ତା କରିଥିଲେ।

{"id":340205,"sizeSlug":"large"}

ରବୀନ କହିଛନ୍ତି ଯେ, ଏହିଭଳି ଘଟଣା ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥାଏ। ବ୍ୟକ୍ତିର ମାନସିକ ସ୍ଥିତି ଦୋହଲି ଯାଇଥାଏ। ବ୍ୟକ୍ତିକୁ ନିଜର ବ୍ୟକ୍ତିତ୍ୱକୁ ପୁଣି ପାଇବାକୁ ସଂଘର୍ଷ କରିବାକୁ ପଡିଥାଏ। ସେଥିପାଇଁ ଏହି ପ୍ରସଙ୍ଗରେ ଜନଜାଗୃତି ଆବଶ୍ୟକ। ଫିଲ୍ମରେ ବିବେକ କୁମାର, ଦୀକ୍ଷା ଯୋଶୀ, ସୁମିତ ସିଂହ ଓ ପ୍ରିୟଙ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ପେ-ମଡେଲରେ ଅଛି। ଏହି ଫିଲ୍ମକୁ ଦେଖିବାକୁ ଆପଣ ଶିମାରୁ ୱେବସାଇଟ କିମ୍ବା ବୁକ ମାଇ ଶୋ'ରୁ ଟିକେଟ କିଣିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.