ଚାଷୀଙ୍କ ଟ୍ରାକ୍ଟରକୁ ଡିଜେଲ ଦେଉନାହାନ୍ତି ପେଟ୍ରୋଲ ପମ୍ପ, ସଡ଼କ ଜାମ କରିବାକୁ କୃଷକ ନେତାଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | January 24, 2021 IST

ଗାଜିଆବାଦ ୨୪।୧: ଦେଶର ବିଭିନ୍ନ ରାଜ୍ୟରୁ ଚାଷୀ ପରେଡ ଲାଗି ଟ୍ରାକ୍ଟର ସଜେଇ ଦିଲ୍ଲୀ ବାହାରିଛନ୍ତି। ତେବେ ପେଟ୍ରୋଲ ପମ୍ପମାନଙ୍କରେ ଚାଷୀଙ୍କ ଟ୍ରାକ୍ଟରକୁ ଡିଜେଲ ଦିଆଯାଉନି ।  ଗାଜିଆବାଜରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକୈତ ରବିବାର ଏହି ଅଭିଯୋଗ କରିଛନ୍ତି। ଏଣୁ ଯେଉଁଠାରେ ପେଟ୍ରୋଲ ପମ୍ପ ଟ୍ରାକ୍ଟରକୁ ଡିଜେଲ ମାନା କରୁଛନ୍ତି ଚାଷୀ ସଡ଼କ ଅବରୋଧ କରନ୍ତୁ ବୋଲି ଟିକୈତ କହିଛନ୍ତି।

{"id":397684,"sizeSlug":"large","linkDestination":"none"}

ସଂଶୋଧିତ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ଦିଲ୍ଲୀରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ପରେଡ ଲାଗି ପ୍ରସ୍ତୁତି କରୁଛନ୍ତି।  ଏଥିଲାଗି ଦିଲ୍ଲୀ ପୋଲିସ ଅନୁମତି ଦେଇ ସାରିଥିବା ବେଳେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ଚାଷୀ ଟ୍ରାକ୍ଟରରେ ଟ୍ରଲି ବାନ୍ଧି ଦିଲ୍ଲୀ ଆସୁଛନ୍ତି। ପ୍ରତି ଗାଁରୁ ୧୦ଟି କରି ଟ୍ରାକ୍ଟର ଦିଲ୍ଲୀ ମୁହାଁଇଥିବା ବେଳେ ଜାତୀୟ ରାଜଧାନୀର ବିଭିନ୍ନ ମାର୍ଗରେ ୩ ଲକ୍ଷ ଟ୍ରାକ୍ଟର ପରେଡ କରିବେ ବୋଲି କୃଷକ ନେତା କହିଛନ୍ତି।

{"id":397685,"sizeSlug":"large","linkDestination":"none"}

 ତେବେ ଦିଲ୍ଲୀରେ ଏତେ ସଂଖ୍ୟକ ଟ୍ରାକ୍ଟରକୁ ନିୟନ୍ତ୍ରିତ କରିବା ଲାଗି ଦୂରରୁ ବ୍ୟବସ୍ଥା କରିଦିଆଯାଇଥିବା ଟିକୈତ ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶର ମୁରାଦାବାଦ, ଗାଜୀପୁର ସମେତ ବିଭିନ୍ନ ଜାତୀୟ ମାର୍ଗରେ ଥିବା ଫୁଏଲ ପମ୍ପମାନେ ପରିସରକୁ ଟ୍ରାକ୍ଟର ପ୍ରତିବନ୍ଧିତ କରିଥିବା ବେଳେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ପଟରୁ ମୁହାଁଇଥିବା ଚାଷୀଙ୍କ ଲାଗି ମଧ୍ୟ ସେହିପରି କଟକଣା ଜାରି ହୋଇଥିବା ଅଭିଯୋଗ ମିଳିବାରେ ଲାଗିଛି।

{"id":397686,"width":575,"height":340,"sizeSlug":"large","linkDestination":"none"}

ଏଥିରେ କୃଷକ ସଙ୍ଗଠନମାନେ ଚାଷୀଙ୍କୁ ଯେଉଁଠାରେ ତେଲ ଦେବାକୁ ମନା କରାଯାଉଛି ସେଠାରେ ସଡ଼କ ଅବରୋଧ କରିବାକୁ ପରାମର୍ଶ ଦେଇଛନ୍ତି। ସେପଟେ ରାଜଧାନୀରେ ଚାଷୀଙ୍କ ଟ୍ରାକ୍ଟର ପରେଡ ଲାଗି ଦିଲ୍ଲୀ ପୋଲିସ ବିନା ନାକୁରରେ କୃଷକ ସଙ୍ଗଠନଙ୍କୁ ଅନୁମତି ଦେଇଥିବା ଜଣାପଡିଛି। ସେମାନେ ୫ଟି ମାର୍ଗରେ ଏବେ ଟ୍ରାକ୍ଟର ପରେଡ କରିବା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.