ଫିଲ୍ଡ ସାମ୍ବାଦିକଙ୍କ ହେବ କରୋନା ଟେଷ୍ଟ, ସୋମବାର ଠାରୁ ପରୀକ୍ଷା ନେଇ ବିଏମ୍‌ସିର ନିଷ୍ପତ୍ତି

Published By : Prameya-News7 Bureau | April 19, 2020 IST

ଭୁବନେଶ୍ବର ୧୯।୦୪: ସାରାଦେଶରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ଲକ୍‌ଡାଉନ୍‌ ସମୟରେ କିଛି ଲୋକଙ୍କ ଛାଡି ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଥିଲା । କିନ୍ତୁ କିଛି ସାମ୍ବାଦିକାମାନଙ୍କୁ ଖବର ସଂଗ୍ରହ କରିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏହି ସମୟରେ ବାହାରେ ବୁଲୁଥିବା ସାମ୍ବାଦିକ ମାନଙ୍କ କରୋନା ପରୀକ୍ଷା କରାଯିବ ।

{"id":254998,"sizeSlug":"large"}

ସାମ୍ବାଦିକଙ୍କ କରୋନା ପରୀକ୍ଷା କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି । ଆସନ୍ତା ସୋମବାର ଏଥିପାଇଁ ସ୍ୱତନ୍ତ୍ର ନମୁନା ସଂଗ୍ରହ କେନ୍ଦ୍ର ଖୋଲିବ । ତେବେ ଗଣମାଧ୍ୟମ ସଂସ୍ଥାର ସମସ୍ତ କର୍ମଚାରୀଙ୍କ ପରୀକ୍ଷା କରାଯିବନି । କେବଳ କ୍ଷେତ୍ରକୁ ଯାଇ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ପରୀକ୍ଷା ହେବ । ଏ ନେଇ ବିଏମସିର ଏକ ବୈଠକ ବସିଥିଲା । କେଉଁ କେନ୍ଦ୍ରରେ ନମୁନା ସଂଗ୍ରହ ହେବ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.