ପୁଣି ବଢିଲା ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ଅଡୁଆ: କାମ ଦେବା ବାହାନରେ ଦୁଷ୍କର୍ମ କରିଥିବା ଅଭିଯୋଗ, ଦାୟର ହେଲା ମାମଲା

Published By : Prameya-News7 Bureau | July 16, 2021 IST

ମୁମ୍ୱାଇ ୧୬/୦୭: ପୁଣି ବଢିଲା ଟି-ସିରିଜ୍ କମ୍ପାନୀର ଏମଡି ଭୂଷଣ କୁମାରଙ୍କ ଅଡୁଆ । ଭୂଷଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି । ଏହି ବଳାତ୍କାର ମାମଲା ଭୁଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନାଗର ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଛି । ଅଭିଯୋଗ ହୋଇଛି ଯେ ଭୂଷଣ କୁମାର ଜଣେ ୩୦ ବର୍ଷୀୟା ଝିଅକୁ ଟି-ସିରିଜ୍ ପ୍ରୋଜେକ୍ଟରେ କାମ କରିବାକୁ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ ।

କେବଳ ସେତେତି ନୁହେଁ ପୀଡିତା ଅଭିଯୋଗ କରିଛନ୍ତି ଯେ ଭୂଷଣ କୁମାର ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ସୂଚନା ଥାଉକି, ଭୂଷଣ କୁମାରଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରଥମ ଥର ନୁହେଁ । ଏହାପୂର୍ବରୁ, ମିଟୁ କ୍ୟାମ୍ପେନ ମାଧ୍ୟମରେ ମଡେଲ ମାରିନା କୁନୱର ମଧ୍ୟ ଭୂଷଣ କୁମାରଙ୍କୁ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.