Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀ ଫୁଟାଇଲେ ବୋମା: ଅମିତ ଶାହାଙ୍କ ଟେବୁଲ୍‌ରେ ଅଛି ଫାଇଲ୍, ଯେକୌଣସି ମୁହୁର୍ତ୍ତରେ ସୋନିଆ ଓ ରାହୁଲ ହରାଇବେ ଭାରତୀୟ ନାଗରିକତା

ନୂଆଦିଲ୍ଲୀ ୨୨।୦୨: ଗାନ୍ଧୀ ପରିବାରକୁ ପୁଣି ଟାର୍ଗେଟ କରିଛନ୍ତି ସୁବ୍ରମଣ୍ୟମ୍‌ ସ୍ବାମୀ । ବିଭିନ୍ନ ସମୟରେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥାନ୍ତ ସ୍ବାମୀ । ତେବେ ଏଥର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଓ ତାଙ୍କ ପୁଅଙ୍କ ନାଗରିକତାକୁ ନେଇ ଏଥର ଟାର୍ଗେଟ କରିଛନ୍ତି । ଖୁବଶୀଘ୍ର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଜର  ଭାରତୀୟ ନାଗରିକତା ହରାଇବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ବାମୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟେବୁଲ୍‌ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଇଲ୍‌ ପଡିରହିଛି । ଖୁବଶୀଘ୍ର ଏନେଇ ଆଇନଗତ ପଦକ୍ଷେପ ନିଆଯିବ ।ଯେକୌଣସି ସମୟରେ ଉଭୟ ମାଆ ଓ ପୁଅ ଭାରତୀୟ ନାଗରିକତା ହରାଇ ପାରନ୍ତି । କାରଣ ଭାରତୀୟ ସମ୍ବିଧାନ ଆଇନନୁସାରେ ଦୁଇ ଜଣ ନିୟମ ପାଳନ କରିନାହାନ୍ତି ।

 ଭାରତୀୟ ସମ୍ବିଧାନ ନିୟମ ଅନୁସାରେ ଭାରତୀୟ ନାଗରିକତ୍ବ ପାଇଥିବା ବ୍ୟକ୍ତି ଯଦି ଅନ୍ୟ ଦେଶର ନାଗରିକତା ନେଇଥିବା, ତେବେ ସେ ବ୍ୟକ୍ତି ସ୍ବଚାଳିତ ଭାବେ ଭାରତୀୟ ନାଗରିକ ହରାଇଥାନ୍ତି । ତେବେ ରାହୁଲ ଗାନ୍ଧୀ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରନ୍ତି । କାରଣ ତାଙ୍କ ପିତା (ରାଜୀବ ଗାନ୍ଧୀ) ଭାରତୀୟ ଅଟନ୍ତି । କିନ୍ତୁ ସୋନିଆ ଗାନ୍ଧୀଙ୍କ ପାଇଁ ଏହି ନିୟମ ପାଇଁ ପ୍ରଯୁଜ୍ୟ ନୁହେଁ । ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ନୁହନ୍ତ ବୋଲି ସ୍ବାମୀ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ଇଂଲଣ୍ଡ ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ରିଟିଶ ନାଗରିକତ୍ବ ଗ୍ରହଣ କରିଛନ୍ତି ବୋଲି ସ୍ବାମୀ ଦାବି କରିଛନ୍ତି ।

ସେହିପରି ରାହୁଲ ଗାନ୍ଧୀଙ୍କ ନାଗରିକତ୍ବ ନେଇ ବିବାଦ ବହୁ ପୁରୁଣା । ଗତ ବର୍ଷ ୩୦ଅପ୍ରେଲରେ କଥିତ ଭାବେ ୨୦୧୫ରେ ନାଗରିକତା ବିବାଦ ନେଇ ରାହୁଲ ଗାନ୍ଧୀଙ୍କୁ ଗୃହ ବିଭାଗ ନୋଟିସ୍‌ ଜାରି କରିଥିଲା । ପରେ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଦେଶର ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ତୁଚ୍ଛ ମାନିଥିଲେ ।

ନାଗରିକତା ଅଧିନିୟମର ଧାରା ୩(ଏ) ଅନୁସାରେ ୨୬ଜାନୁଆରୀ ୧୯୫୦ ଓ ୧ ଜୁଲାଇ ୧୯୮୭ ମଧ୍ୟରେ ଭାରତରେ ଜନ୍ମ ହୋଇଥିବା ଭାରତୀୟ ନାଗରିକ ଅଟନ୍ତି । ୧ ଜୁଲାଇ ୧୯୮୭ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମାତା-ପିତା ଭାରତୀୟ ନାଗରକିତା ହେବା ଆବଶ୍ୟକତା ରହିଛି । ସେହିପରି ୨୦୦୩ ପରେ ମାତା-ପିତା ଦୁଇ ଜଣ ଭାରତୀୟ ନାଗରିକ ହେବା ଆବଶ୍ୟକ । ରାହୁଲ ଗାନ୍ଧୀ ୧୯୭୦ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଛନ୍ତି ।

   Related Posts