ବିଜେପି ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ବନ୍ଦ ହେଲା ସିନ୍ଧିଆଙ୍କ ବିରୋଧରେ ଚାଲିଥିବା ମାମଲା
24/03/2020 at 6:40 PM

ଭୋପାଳ, ୨୪|୦୩: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜମିଜମା ମାମଲାରେ ବଡ ଆଶ୍ୱସ୍ତି ମିଳିଛିା ଗ୍ୱାଲିଅରର ଅପରାଧିକ ଶାଖା ତଦନ୍ତ ବେଳେ କୌଣସି ପ୍ରମାଣ ପାଇନଥିଲ।। ଫଳରେ ମାମଲାକୁ ବନ୍ଦ କରି ଦିଆଯାଇଛିା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହ୍ଵାନ ଶପଥ ନେବାର ୨୪ ଘଣ୍ଟା ମଧ୍ୟରେ ସିନ୍ଧିଆଙ୍କ ଏହି ମାମଲାକୁ ବନ୍ଦ କରି ଦିଆଯାଇଛିା
ସିନ୍ଧିଆଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା ଯାଂଚ ଆରମ୍ଭ କରିଥିଲ।। ଜମିଜମା ବିବାଦକୁ ନେଇ ଏହି ମାମଲା ଚାଲିଥିଲ।। ସିନ୍ଧିଆଙ୍କ ବିରୋଧରେ ୧୦ ହଜାର କୋଟି ଦୁର୍ନୀତି ଅଭିଯୋଗ ଲାଗିଥିଲ।। ଗ୍ୱାଲିଅରର ଓକିଲ ସୁରେନ୍ଦ୍ର ଶ୍ରୀବାସ୍ତବ କୋର୍ଟରେ ମାମଲା ଦାଖଲ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ ଏହାପରେ ତଦନ୍ତ ଆରମ୍ଭ ହୋଇଥିଲ।। ଏବେ କୌଣସି ପ୍ରମାଣ ନମିଳିବାରୁ ମାମଲାକୁ ବନ୍ଦ କରାଯାଇଛିା
ସିନ୍ଧିଆ କିଛିଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲୋ କମଲନାଥ ସରକାର ଭାଙ୍ଗିବାରେ ତାଙ୍କର ବଡ ଯୋଗଦାନ ରହିଛିା ସୋମବାର ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲୋ