ମେନସ୍ ହକି ଫାଇନାଲର ଟିକେଟ ବିକ୍ରିରୁ ଲବ୍ଧ ଅର୍ଥ ଓଡିଶା ସରକାରଙ୍କୁ ଦାନ କରିବେ ଏଫଆଇଏଚ୍

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଏଫଆଇଏଚ୍ ମେନସ ହକି ଚାମ୍ପିୟନସିପ୍।ଏଥି ପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆରମ୍ଭ ହେଲାଣି ଦେଶ ବିଦେଶରୁ ଖେଳାଳିଙ୍କ ଆଗମନ। ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ପାଇଁ ବିକ୍ରି ଟିକେଟ୍ ରୁ ଲବ୍ଧ ଅର୍ଥ ଓଡିଶା ସରକାରଙ୍କୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ ଏଫଆଇଏଚ୍।

{"id":118346}

ସାମୁଦ୍ରିକ ବାତ୍ୟା ଫନି ଯୋଗୁ ଉପକୂଳ ଓଡିଶାର  ବିପୁଳ କ୍ଷତି ହୋଇଛି। ଏଥିରେ ଏହି ଆର୍ଥିକ ସହଯୋଗ ରାଜ୍ୟ ସରକାରଙ୍କୁ  ବାତ୍ୟା ପୁନନିର୍ମାଣରେ କିଞ୍ଚିତ  ସହାୟତା କରିପାରେ ବୋଲି ଏଫଆଇଏଚ୍ ଆଶାବ୍ୟକ୍ତ କରିଛନ୍ତି। ଏଣୁ ଫାଇନା ମ୍ୟାଚ୍ ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଦେବାକୁ ଏଫଆଇଏଚ୍ ଘୋଷଣା କରିଛନ୍ତି।

{"id":118347}

ବାତ୍ୟା ଫନିରେ କଳିଙ୍ଗ ଷ୍ଟାଡିୟମ ମଧ୍ୟ ପ୍ରଭାବିତ ହୋଇଛି। ଗତ ବର୍ଷ ଏଠାରେ ଅନ୍ତର୍ଜାତୀୟ ହକିର ରାଜ୍ୟ ସରକାର ଭବ୍ୟ ଆୟୋଜନ କରିଥିଲେ। ଏଥିପାଇଁ ଏଫଆଇଏଚ୍ ଚଳିତ ବର୍ଷ ଅନୁନ୍ୟ ଗୋଟିଏ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜନ କରିବାକୁ ଘୋଷଣା କରିଥିଲେ। ସେହି ଅନୁସାରେ ଜୁନ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ମେନସ୍ ହକି ସିରିଜ୍ ଆରମ୍ଭ ହେବ।

{"id":118348}

ଏଥିପାଇଁ ଏଫଆଇଏଚ୍ ଅନ-ଲାଇନ ଓ ଷ୍ଟାଡିୟମରେ ଟିକେଟ୍ କାଉଣ୍ଟରରେ ମଧ୍ୟ ଟିକେଟ୍ ବିକ୍ରି ଆରମ୍ଭ କରିଛନ୍ତି। ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଶୃଙ୍ଖଳରେ ଚଳିତବର୍ଷ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ, ଦକ୍ଷିଣ ଆଫ୍ରିକା ଏସିଆଡ ଚାମ୍ପିୟନ ଜାପାନ ସମେତ ଆମେରିକା ଓ ମେକ୍ସିକୋ ମଧ୍ୟ ଯୋଗଦେଉଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ଋଷିଆ ଓ ପୋଲାଣ୍ଡ ଟିମ ଭୁବନେଶ୍ବରରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ଟିମ ମାନେ ମଧ୍ୟ ପଛକୁ ପଛ ଆସିବେ।  ଏଣୁ ଏଫଆଇଏଚଙ୍କ ଏହି ଯୋଗଦାନ ବାତ୍ୟା ପ୍ରଭାବିତ ଓଡିଶାର ପୁନନିର୍ମାଣରେ ବେଶ ସହାୟକ ହେବ ବୋଲି  ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.