ଏଫଆଇଏଚ୍ ମେନ୍ସ ହକି ଚାମ୍ପିୟନସିପ୍: କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା, ଉଜବେକିସ୍ତାନକୁ ୧୦-୦ରେ ହରାଇଲା ଭାରତ
10/06/2019 at 9:34 PM

ଭୁବନେଶ୍ବର ୧୦।୬: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ହକିଲିଗ୍ ମ୍ୟାଚ୍ ରେ ସୋମବାର ଭାରତ ଉଜବେକିସ୍ତାନକୁ ହରାଇ ସେମିରେ ପ୍ରବେଶ କରିଛି । ଆକାଶଦୀପ ସିଂହଙ୍କ ଚିତାକର୍ଷକ ହ୍ୟାଟ୍ରିକ୍ ଓ ବଋଣ କୁମାରଙ୍କ ଲାଗଲାଗ ୨ ଗୋଲ ସହାୟତାରେ ଆୟୋଜକ ଭାରତ ଉଜେବକ୍ ଟିମକୁ ଏକତରଫା ଭାବେ ୧୦-୦ରେ ପରାସ୍ତ କରିଛି।

ପୁଲ-ଏ ରେ ଭାରତର ଏହା ଲଗାତାର ତୃତୀୟ ବିଜୟ। ପ୍ରଥମ ମୁକାବିଲାରେ ଋଷିଆକୁ ୧୦-୦ ଓ ଦ୍ବିତୀୟ ମ୍ୟାଚ୍ ରେ ପୋଲାଣ୍ଡକୁ ୩-୧ରେ ପରାସ୍ତ କରିଥିବା ଭାରତ ତୃତୀୟ ମ୍ୟାଚ୍ ରେ ମଧ୍ୟ ନିଜର ନୈପୁଣ୍ୟତା ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ଏହି ମେନସ ହକି ଚାମ୍ପିୟନ ସିପ୍ ୨ ଫାଇନାଲ ବିଜେତାଙ୍କୁ ଆଗାମୀ ଅଲିମ୍ପିକ କ୍ବାଲିଫାୟରରେ ସ୍ଥାନ ମିଳିବ।

ବିଶ୍ବ ହକି ରାଙ୍କିଙ୍ଗର ୫ମ ସ୍ଥାନରେ ଥିବା ଭାରତର ମୁକାବିଲା କରିପାରିନଥିଲା ୪୩ ତମ ସ୍ଥାନରେ ଥିବା ଉଜବେକିସ୍ତାନ। ମ୍ୟାଚ୍ ଆରମ୍ଭ ହେବାର ୪ମିନିଟ୍ ପରେ ଉଜବେକ ଉପରେ ଭାରତ ପ୍ରଥମ ଗୋଲଟି ସ୍କୋର କରିଥିଲା. ପଛକୁ ପଛ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିମ୍ୟାଚ୍ ଶେଷ ବେଳକୁ ୧୦ଟି ଗୋଲ ଦେଇସାରିଥିଲା। ଆକାଶଦୀପ ୧୧ତମ ମିନିଟରେ ପେନାଲ୍ଟି କର୍ଣ୍ଣର ୨୬ ଓ ୫୩ ତମ ମିନିଟ୍ ରେ ସିଧା ଗୋଲପୋଷ୍ଟରେ ଗୋଲ ସ୍କୋର କରି ତାଙ୍କର ହ୍ୟାଟ୍ରିକ ପୁରଣ କରିଥିଲେ। ସେହିପରି ବଋଣ ଚତୁର୍ଥ ଓ ୨୨ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।