ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଆଜି ଖେଳାଯିବ ଦୁଇଟି ସେମି ଫାଇନାଲ୍, ପ୍ରଥମ ମ୍ୟାଚ୍ରେ ଆମେରିକା-ଦକ୍ଷିଣ ଆଫ୍ରିକା, ଦ୍ବିତୀୟରେ ଭାରତ-ଜାପାନ ଟକ୍କର
14/06/2019 at 10:06 AM

ଭୁବନେଶ୍ବର ୧୪|୬: ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଲାଗି ଆଜି ଲଢେଇ । ଏଫଆଇଏଚ୍ ସିରିଜ୍ ଫାଇନାଲସ୍ ରେ ଆଜି ଖେଳାଯିବ ଦୁଇଟି ସେମି ଫାଇନାଲ ମ୍ୟାଚ୍ । ପ୍ରଥମ ସେମିରେ ଆମେରିକା-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ଦ୍ବିତୀୟ ସେମିରେ ମୁହାଁମୁହିଁ ହେବେ ଆୟୋଜକ ତଥା ପୁଲ୍ ଏ ବିଜେତା ଭାରତ ଓ ଜାପାନ । ଫାଇନାଲରେ ପହଞ୍ଚି ଅଲିମ୍ପିମ୍ ଟିକେଟ୍ ହାତେଇବାକୁ ପୂରା ଦମ୍ ଲଗାଇବେ ମନପ୍ରୀତ ଆଣ୍ଡ କୋ । ଅନ୍ୟ ପଟେ ଟୋକିଓ ଅଲିମ୍ପିକ ଆୟୋଜକ ଭାବେ ଜାପାନ ଟିମ୍ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଆଜିର ମ୍ୟାଚ୍ ଭାରତ ପାଇଁ ଅଧିତ ଗୁରୁତ୍ବପୂର୍ଣ୍ଣ । ତେବେ ପେନାଲଟି କର୍ଣ୍ଣର କେମିତି ଅଧିକ ସଂଖ୍ୟାରେ ଗୋଲରେ ରୂପାନ୍ତରିତ ହେବ ସେନେଇ ଭାରତୀୟ ଦଳ ବିଶେଷ ପ୍ରସ୍ତୁତି କରିଛି ।
Related Posts
ରେକର୍ଡ ସୃଷ୍ଟି କଲେ ସୁଶୀଲ୍ , ୩.୪୮ ସେକେଣ୍ଡରେ ଦୌଡ଼ିଲେ ୧୫ ଶହ ମିଟର
26 January 2021