Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହକି ମହାସମର : ଆଜି ଭାରତ ସହ ପୋଲାଣ୍ଡର ମୁକାବିଲା

7/06/2019 at 10:00 AM

ଭୁବନେଶ୍ବର ୭|୬: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପଲେକ୍ସରେ ଚାଲିଛି ହକି ଲଢେଇ । ଆଜି  ଭାରତ ତା’ର ଦ୍ବିତୀୟ ମୁକାବିଲାରେ ପୋଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ।ଭାରତ ତା’ର ପ୍ରଥମ ମ୍ୟାଚରେ  ରୁଷକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ , ଆକାଶଦୀପ ସିଂହ ୨ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ନୀଳକଣ୍ଠ ଶର୍ମା ,  ସିମରନଜିତ୍ ସିଂହ, ଓଡ଼ିଶା ଖେଳାଳି ଅମିତ୍ ରୋହିଦାସ ,ବରୁନ୍ କୁମାର, ଗୁରସାହିବଜିତ୍ ସିଂହ, ବିବେକ ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

ଅପରପକ୍ଷରେ ରୁଷ୍ ଗୋଟିଏ ବି ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋଇନଥିଲା । ସେପଟେ ପ୍ରଥମ ମ୍ୟାଚ୍ ରେ ଗ୍ରୁପ୍ ‘ବି’ର ୨ଟି ଦଳ ଦକ୍ଷିଣ ଆଫ୍ରିକା-ଆମେରିକା ଏବଂ ଦ୍ବିତୀୟ ମ୍ୟାଚ୍ ରେ ଗ୍ରୁପ୍ ‘ଏ’ର ୨ଟି ଦଳ ପୋଲାଣ୍ଡ-ଉଜବେକିସ୍ତାନ ଭିତରେ ଟକ୍କର ହୋଇଥିଲା । ଏଥିରେ ଆମେରିକା ୨-୦ ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।

ସେହିଭଳି ପୋଲାଣ୍ଡ ଉଜ୍ ବେକିସ୍ତାନକୁ ୪-୦ ରେ ହରାଇଥିଲା । ପୁରୁଷ ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଭାଗ ନେଇଥିବା ୮ଟି ଟିମ୍ ଭିତରୁ ୨ଟି ଶ୍ରେଷ୍ଠ ଦଳ ହାସଲ କରିବେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ୍ । ଆୟୋଜକ ଭାରତ ସହ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ ଗ୍ରୁପ୍ ‘ଏ’ରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା, ଜାପାନ୍, ଆମେରିକା, ମେକ୍ସିକୋ ଗ୍ରୁପ୍ ‘ବି’ରେ ରହିଛନ୍ତି । ଦୁଇ ଗ୍ରୁପ୍ ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲ ଖେଳିବାକୁ ଥିଲାବେଳେ ଦ୍ବିତୀୟ ଓ ତୃତୀୟ ଦଳ କ୍ରସ ଓଭର ଦେଇ ସେମିଫାଇନାଲରେ ପହଞ୍ଚିବେ । 

   Related Posts