ପୁଣି କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍, ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ପୁଣି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫାଇଟ୍ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ । ଏଥିପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ticketgenie.in ୱବସାଇଟ୍ ମାଧ୍ୟମରେ  ଟିକେଟ କିଣିପାରିବେ ଦର୍ଶକ । ଟିକେଟର ସର୍ବାଧିକ ମୂଲ୍ୟ ୨୫୦ଟଙ୍କା ରଖାଯାଇଥିବା ବେଳେ ସର୍ବନିମ୍ନ ୧୦୦ ଟଙ୍କା ରଖାଯାଇଛି । ସେମି ଫାଇନାଲ ଓ ଫାଇନାଲ ପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ  ।

ଜୁନ୍ ୬, ୭, ୧୦, ୧୨ ଓ ୧୪ ତାରିଖରେ ସକାଳ ୮ଟା ୪୫ରୁ ଆରମ୍ଭ ହେବାକୁ ଥିବା ମ୍ୟାଚଗୁଡ଼ିକ ଲାଗି ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାରେ ରେ ଆୟୋଜକ ଭାରତ ସହ ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷିଆ, ଉଜବେକିସ୍ତାନ ଅଂଶ ଗ୍ରହଣ କରିବେ। । ତେବେ ସାମୁଦ୍ରିକ ଘୂଣ୍ଣିଝଡ଼ ଫନିରେ କଳିଙ୍ଗ ଷ୍ଟାଡିୟମର ବହୁ କ୍ଷୟକ୍ଷତି ହୋଇଥିଲା । ମାତ୍ର ପରେ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ କ୍ରୀଡା ବିଭାଗ ପୁଲ ଦମ ଲଗାଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା । ଷ୍ଟାଡିୟମ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.