ହକି ମହାସମର : ମେକ୍ସିକୋକୁ ୩-୧ ଗୋଲ୍‌ରେ ପରାସ୍ତ କଲା ଜାପାନ

Published By : Prameya-News7 Bureau | June 07, 2019 IST

ଭୁବନେଶ୍ବର ୭|୬: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପ୍ଲେକ୍ସରେ ଚାଲିଛି ହକି ଲଢେଇ । ଆଜି ପ୍ରଥମ ମ୍ୟାଚରେ ଜାପାନ ମେକ୍ସିକୋକୁ ୩-୧ ଗୋଲରେ ପରାସ୍ତ କରିଛି । ସେପଟେ  ଭାରତ ତା’ର ଦ୍ବିତୀୟ ମୁକାବିଲାରେ ପୋଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ । ପୂର୍ବରୁ ଭାରତ ତା’ର ପ୍ରଥମ ମ୍ୟାଚରେ  ଋଷକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ , ଆକାଶଦୀପ ସିଂହ ୨ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ନୀଳକଣ୍ଠ ଶର୍ମା,  ସିମରନଜିତ୍ ସିଂହ, ଓଡ଼ିଶା ଖେଳାଳି ଅମିତ୍ ରୋହିଦାସ, ବରୁନ୍ କୁମାର, ଗୁରସାହିବଜିତ୍ ସିଂହ, ବିବେକ ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଅପରପକ୍ଷରେ ରୁଷ୍ ଗୋଟିଏ ବି ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋ ପୁରୁଷ FIH ସିରିଜ୍ ଫାଇନାଲ୍ସରେ ଭାଗ ନେଇଥିବା ୮ଟି ଟିମ୍ ଭିତରୁ ୨ଟି ଶ୍ରେଷ୍ଠ ଦଳ ହାସଲ କରିବେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ୍ । ଆୟୋଜକ ଭାରତ ସହ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ ଗ୍ରୁପ୍ ‘ଏ’ରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା, ଜାପାନ୍, ଆମେରିକା, ମେକ୍ସିକୋ ଗ୍ରୁପ୍ ‘ବି’ରେ ରହିଛନ୍ତି । ଦୁଇ ଗ୍ରୁପ୍ ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲ ଖେଳିବାକୁ ଥିଲାବେଳେ ଦ୍ବିତୀୟ ଓ ତୃତୀୟ ଦଳ କ୍ରସ ଓଭର ଦେଇ ସେମିଫାଇନାଲରେ ପହଞ୍ଚିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.