ହକି ଇଜ୍ ବ୍ୟାକ୍ : ଜୁନ ୬ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଫ.ଆଇ.ଏଚ୍ ସିରିଜ ଫାଇନାଲ ହେବ ଭୁବନେଶ୍ବରରେ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର (ସମୀକ୍ଷା ପଟ୍ଟନାୟକ) ୨୪|୫: ଜୁନ ୬ ରୁ ୧୫ ଭୁବନେଶ୍ବରରେ ପୁଣି କମାଲ କରିବେ ଭାରତୀୟ ହକି ଖେଳାଳି  । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହେ।ଇଛି ବ୍ୟାପକ ପ୍ରସ୍ତୁତି । ୯ତାରିଖ ରେ ଏଫ ଆଇ ଏଚ ଟିମ ଷ୍ଟାଡିୟମ କୁ ତଦାରଖ କରିବା ପରେ  ଚାଲିଛି ଘନ ଘନ ବୈଠକ ।

{"id":115543}

ଏଫ ଆଇ ଏଚ ସିରିଜ ଫାଇନାଲ ଭୁବନେଶ୍ବରରେ ବିଶ୍ବର ୮ ଟି  ଟିମ ଭାଗ ନେଇଛନ୍ତି , ଜାପାନ ମେକ୍ସିକେ, ୟୁଏସ ପେ।ଲାଣ୍ଡ, ସାଉଥ ଆଫ୍ରିକା , ରଷିଆ , ଉଜବେକିସ୍ଥାନ ଓ ଆୟେ।ଜକ ଭାରତ । ଭରତ ୧୯ ତାରିଖରୁ ଅଭ୍ୟାସ ଆରମ୍ଭ କରିଥିବାବେଳେ ୩୧ ତାରିଖରୁ ଅନ୍ୟ ଦେଶର ଟିମ ଗୁଡିକ ଆସି ପହଁଚିବାର କାଯ୍ୟକ୍ରମ ରହିଛି । ଖେଳାଳିଙ୍କ ସୁରକ୍ଷା ସହ ଟିମଗୁଡିକୁ  ବିଭିନ୍ନ ହେ।ଟେଲରେ ରହିବାର ବ୍ୟବସ୍ଥା କରାଯାଇଛି ।

{"id":115523}

ହକି ଇଜ ବ୍ୟାକ । ଜୁନ ୬ ରୁ ୧୫ ତାରିଖ ପଯ୍ୟନ୍ତ  ଏଫ ଆଇ ଏଚ ସିରିଜ ଫାଇନାଲ  ଆରମ୍ଭ ହେବାକୁ ଯାଉଛି ଏଥିପାଇଁ ମେ ୧୪ ତାରିଖରୁ ଅନଲାଇନ ଟିକେଟ ବିକ୍ରି କରାଯାଇଛି । ଏହା ସହ ୧୯ ତାରିଖରୁ ଟିମ ଇଣ୍ଡିଆ କଳିଙ୍ଗ ଷ୍ଟାଡିୟମ ରେ ଅଭ୍ୟାସ ଫିଟନେସ ପାଇଁ ଜିମ ରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

{"id":115544}

୩୧ ତାରିଖରେ ଉଜବେକି ସ୍ଥାନ ରୁଷିଆ ଓ ପେ।ଲାଣ୍ଡ ଆସିବା ସହ ଫର୍ଚ୍ୟୁନ ପାର୍କ ସ୍ବସ୍ତି ପ୍ରିମିୟମ ଓ କ୍ରାଉନ ହେଟେଲରେ ରହିବେ ଟିମ ।

{"id":115524}

୧ ତାରିଖରେ ୟୁଏସ ସକାଳେ ଆସିବା ପରେ ସ୍ବସ୍ତି ପ୍ରମିୟମଠାରେ ଖେଳାଳିଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।୨ ତାରିଖରେ ସାଉଥ ଆଫ୍ରିକା ଓ ଜାପାନ ଏଚ ଏଚ ଆଇ ଓ ସାଣ୍ଡି ଟାଓ୍ବାରରେ ରହିବେ । ୩ ତାରିଖରେ ମେକ୍ସିକେ। ଶେଷ ଦଳ ଭାବେ ପହଁଚିବା ପରେ ହେଟେଲ ଜିନଜରରେ ରହିବ ।

{"id":115525}

ହକି ଫାଇନାଲସରେ ଅଶଂଗ୍ରହଣ କରିଥିବା ୮ ବିଦେଶୀ ଟିମ ସିଡ୍ୟୁଲ ଅନୁଯାୟୀ ଅଭ୍ୟାସ କରିବା ସହ ଟିମ ଇଣ୍ଡିଆର ଏବେ ଟିକିଏ ଅଧିକା ଚିନ୍ତା ବଢିଛି । ଦଳ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଡିଫେନ୍ସ କ୍ଷେତ୍ରରେ ଦଳ ମଜଭୁତ ନୁହେଁ । ବାରମ୍ବାର ଭଲ ଖେଳି ଶେଷ ମୁହୁର୍ତ୍ତରେ ଦଳ ଡିଫେନ୍ସରେ ବେପରୁଆ ଖେଳ ଯେ।ଗୁଁ ଦଳକୁ ସଫଳତା ମିଳୁନାହିଁ ।

{"id":115527}

ଏପରିକି ଭାରତୀୟ ଟିମ ପ୍ରାୟ ଅଧିକାଂଶ ସମୟରେ ଡିଫେନ୍ସକୁ ନେଇ ଆଶଙ୍କା ଲାଗି ରହିଛି । ଏହା ଭାରତୀୟ ଟିମର ଏକ ପୁରୁଣା ରୋଗ ବୋଲି ପୂର୍ବତନ ଅଲିମ୍ପିଆନ ଲାଜାରୁସ ବାର୍ଲା କହିଛନ୍ତି । ସେପଟେ ଦଳ ର ନୂଆ କରି ଦାୟିତ୍ବ ନେଇଥିବା କେ।ଚ ଗ୍ରାହମ ରେଡ ମଧ୍ୟ ଟିମ କମ୍ବିନେସନକୁ ନେଇ ନୂଆ ରଣନୀତି ଅଭ୍ୟାସ କରିବେ ବେ।ଲି କହିଛନ୍ତି ।

{"id":115526}

ଭୁବନେଶ୍ବର ଫାଇନାଲ୍ସରେ ଭାରତୀୟ ଟିମର ରହିଛି ନଜର । କାରଣ ଏହା ହେଉଛି ଭାରତୀୟ ଟିମ ପାଇଁ ଅଲିମ୍ପିକ କ୍ବାଲିଫାଇଙ୍ଗ, ଭଲ ଖେଳି ଟିମକୁ ଅଲିମ୍ପିକ କ୍ବାଲିଫାଇଙ୍ଗ ରେ ପହଁଚେଇବା ଟିମ ଇଣ୍ଡିଆର ଲକ୍ଷ୍ୟ । ସେଥିପାଇଁ ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ଟିମକୁ ମ୍ୟାଚ ବାଏ ମ୍ୟାଚ ଯିବା ନୂଆ ରଣନୀତି ସହ ପଡିଆକୁ ଓଲ୍ଲାଇବ ।

{"id":115545}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.