Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ସାପ ସହ ଲଢ଼େଇ କରି ପରିବାର ଲୋକଙ୍କ ଜୀବନ ବଞ୍ଚାଇଲା ପୋଷା ବିରାଡ଼ି

21/03/2020 at 3:25 PM

ଦଶରଥପୁର୨୧/୩: ୨ଟି ବିଷାକ୍ତ ସାପ ସହ ଲଢ଼େଇ କରି ପରିବାର ଲୋକଙ୍କ ଜୀବନ ରକ୍ଷା କଲା ପୋଷା ବିରାଡ଼ି। ଗୁରୁବାର ସଂଧ୍ୟାରେ ପ୍ରବଳ ବର୍ଷା ସହ ପବନ ହେଉଥିଲା।

ତେଣୁ ପରିବାର ଲୋକେ ଘରେ ଭିତରେ ଥିଲେ। ତେବେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ନୀଳକଣ୍ଠ ଗାଁର ସୁରେନ୍ଦ୍ର ସାହୁଙ୍କ ଘରେ ଦୁଇଟି ଚିତି ସାପ ପଶି ଯାଇଥିଲେ। ଅନ୍ଧାର ଯୋଗୁଁ ପରିବାର ଲୋକେ ସାପ ୨ଟି ଦେଖି ପାରି ନଥିଲେ।

କିନ୍ତୁ ପୋଷା ବିରାଡ଼ି ସାପର ବାଟକୁ ପ୍ରତିରୋଧ କରିଥିଲା। ଏହା ଭିତରେ ସାପ ଓ ପୋଷା ବିରାଡ଼ି ମଧ୍ୟରେ ମଧ୍ୟ ଲଢ଼େଇ ହୋଇଥିଲା। ଶେଷରେ ପୋଷା ବିରାଡ଼ି ନିଜ ଦାନ୍ତ, ନଖ ମାଧ୍ୟମରେ ଦୁଇଟି ସାପକୁ ଖଣ୍ଡିଆ  କରି ଦେଇଥିଲା। ଏହା ପରେ ପରିବାର ଲୋକେ ସାପ ଦୁଇଟିକୁ ପିଟିପିଟି ମାରି ଦେଇଥିଲେ। ସୂଚନାଯୋଗ୍ୟ ବାଟରେ ଯିବା ବେଳେ ବିରାଡ଼ି ଦେଖା ହେଲେ ଅଶୁଭ ବୋଲି ମନରେ ଯେଉଁ ଅନ୍ଧ ବିଶ୍ବାସ ରହିଛି। ଏହି ଘଟଣା ଜାଣିବା ପରେ ହୁଏତ ମନରେ ବସା ବାନ୍ଧିଥିବା ଅନ୍ଧ ବିଶ୍ବାସ ଦୂର ହୋଇଯିବ।

   Related Posts