ନାଗୋର୍ଣ୍ଣୋ କରବାଖକୁ ନେଇ ଆର୍ମେନିୟା ଓ ଆଜରବୈଜାନ ମଧ୍ୟରେ ଯୁଦ୍ଧ

Published By : Prameya-News7 Bureau | September 27, 2020 IST

ବାକୁ : ସୋଭିଏତ ଋଷିଆରୁ ପୃଥକ ହୋଇଥିବା ଆର୍ମେନିଆ ଓ ଆଜରବୈଜାନ ଏକ ଭୂଖଣ୍ଡକୁ ନେଇ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି।  ଉଭୟ ଦେଶ ପରସ୍ପରକୁ ଟ୍ୟାଙ୍କ, ତୋପ ଓ ଯୁଦ୍ଧ ହେଲିକପ୍ଟର ଦ୍ୱାରା ଆକ୍ରମଣ କରୁଛନ୍ତି। ଆର୍ମେନିଆ ଦେଶରେ ମାର୍ଶଲ ଲ ଲାଗୁ କରିଥିବା ବେଳେ ସୀମାକୁ ଯିବା ଲାଗି ସେନାକୁ ନିର୍ଦ୍ଦେଶ ଦେଇଛି। ଉଭୟ ଦେଶ ଯୁଦ୍ଧରେ ସାଧାରଣ ନାଗରିକ ହତାହତ ହେଉଥିବା ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି।

{"id":335422,"sizeSlug":"large"}

ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି ଆଜରବୈଜାନ ସେନା ଆଞ୍ଚଳିକ ରାଜଧାନୀ ଷ୍ଟେପନକର୍ଟର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା ସୂଚିତ କରିଛି। ଜବାବରେ ଆର୍ମେନିଆ ସୁରକ୍ଷା ବଳ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ୨ଟି ହେଲିକପ୍ଟର ଓ ୩ଟି ଡ୍ରୋନ ଖସାଇ ଦେଇଛନ୍ତି ବୋଲି କହିଛି। ସେହିପରି ଆଜରବୈଜାନର ୩ଟି ଟ୍ୟାଙ୍କକୁ ଧ୍ୱଂସ୍ତ କରିଥିବାର ମଧ୍ୟ ଆର୍ମେନିଆ ଦାବି କରିଛି।

{"id":335423,"sizeSlug":"large"}

ସେପଟେ ଆଜରବୈଜାନ ଏକ ବିବୃତ୍ତିରେ ଆର୍ମେନିଆ ଆକ୍ରମଣରେ କେତେକ ନାଗରିକ ହତାହତ ହୋଇଥିବାର ଅଭିଯୋଗ ଆଣିଛି। ଜବାବରେ ଆର୍ମେନିଆ ସଶସ୍ତ୍ରବଳଙ୍କ ଯୁଦ୍ଧଗତିବିଧି ଆୟତ୍ତକରିବା ଓ ନାଗରିକଙ୍କ ସୁରକ୍ଷା ଲାଗି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚିତ କରିଛି। ଏଥିରେ ଆଜାରବୈଜାନର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଇଛି। 

{"id":335424,"sizeSlug":"large"}

ଯୁଦ୍ଧ କାହିଁକି?
ନାଗୋର୍ଣ୍ଣୋ କରବାଖ ଭୂଖଣ୍ଡକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ୪ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଉଭୟ ଦେଶ ପ୍ରଥମରୁ ନିଜର ଦାବି କରିଆସୁଛନ୍ତି। ଏହି ଭୂଖଣ୍ଡକୁ ନିଜ ଆୟତ୍ତକୁ ନେବା ଲାଗି ଉଭୟ ଦେଶ ଏବେ ଯୁଦ୍ଧକୁ ଓହ୍ଲାଇଛନ୍ତି।  ନାଗୋର୍ଣ୍ଣୋ କରବାଖ ଅନ୍ତର୍ଜାତୀୟ ଭାବେ ଆଜାରବୈଜାନର ଅଂଶବିଶେଷ। ତେବେ ୧୯୯୧ ମସିହାରେ ସ୍ଥାନୀୟ ଲୋକେ ନିଜକୁ ସ୍ୱାଧୀନ ଘୋଷଣା କରି ଆର୍ମେନିଆ ସହ ମିସିଯାଇଥିଲେ। ତେବେ ଆଜରବୈଜାନ ଏହି ଘୋଷଣାକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଦୁଇ ଦେଶଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.