ଗାଁ ଦାଣ୍ଡରେ ଭାଇ ବୋହୂକୁ ଗୋଡ଼େଇ ପିଟିଲା ଦେଢ଼ଶୂର, ଭିଡିଓ ଭାଇରାଲ୍...

Published By : Prameya-News7 Bureau | June 09, 2020 IST

ମଙ୍ଗଳପୁର୮/୯: ଗାଁ ଦାଣ୍ଡରେ ଭାଇ ବୋହୂକୁ ପିଟିଲା ଦେଢ଼ଶୂର। ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ରବିବାର ସନ୍ଧ୍ୟାରେ ସମୟରେ ସଂଯୁକ୍ତା ବାରୀକଙ୍କ ପୁଅ ପ୍ରଦୀପ (୧୭) ଘର ସମ୍ନାରେ ବସିଥିବା ବେଳେ ସେହି ଗ୍ରାମକୁ ଆସିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ସହିତ ଏକ କଥାକୁ ନେଇ ବଚସା ହୋଇଥିଲା ।ସେହି ସମୟରେ ପ୍ରଦୀପଙ୍କ ବଡବାପାଙ୍କ ପୁଅ ଧନଜନ ବାରିକ ମଧ୍ୟ ଥିଲେ।ଟ୍ରାକ୍ଟର ଡ୍ରାଇଭର ଓ ପ୍ରଦୀପଙ୍କ ମଧ୍ୟରେ ବଚସା ହେଉଥିବା ସମୟରେ ଧନଜନ ପ୍ରଦୀପଙ୍କୁ ଗାଳିଗୁଲଜ କରିଥିଲେ ।ଏମାନଙ୍କ ପାଟିତୁଣ୍ଡ ଶୁଣି ଚକ୍ରଧର ବାରିକ ଓ ତାଙ୍କ ଅନ୍ୟ ପୁଅ ଗୌତମ ପହଞ୍ଚି ପ୍ରଦୀପଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ।

wp:html /wp:html

ଏହି ସମୟରେ ସଂଯୁକ୍ତା ପାଣି ନେଇ ଘରକୁ ଫେରୁଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ସଂଯୁକ୍ତା ଘଟଣା ସ୍ଥଳକୁ ଦୌଡି ଯାଇଥିଲେ ସେଠାରେ ବାପ- ପୁଅ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ସଂଯୁକ୍ତାଙ୍କୁ ଗାଁ ଦାଣ୍ଡରେ ଚକ୍ରଧର ବାଡ଼େଇବା ସହ ତା ଉପରେ ଗୋଇଠା ବିଧା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି। ଏକ ବାଉଁଶ ଠେଙ୍ଗାରେ ଚକ୍ରଧର ସଂଯୁକ୍ତାଙ୍କୁ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି।ଯାହାକୁ ନେଇ ମଙ୍ଗଳପୁର ଥାନାରେ ଏକ ଅଭିଯୋଗ କରାଯାଇଛି।

ତେବେ କଥାରେ ଅଛି ହିନ୍ଦୁ ଶାସ୍ତ୍ର ଅନୁସାରେ ଭାଇ ବୋହୂ ଏକ ପବିତ୍ର ସମ୍ପର୍କ ।ଉଭୟ କେହି କାହାରିକୁ ଛୁଅନ୍ତି ନାହିଁ।କିନ୍ତୁ ଏଠାରେ ଦେଢଶୁର ସାମାନ୍ୟ ଘଟଣାକୁ କେନ୍ଦ୍ରକରି ନିଜ ଭାଇବୋହୂକୁ କିଭଳି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ଗୋଡେଇ ପିଟୁଛି ତାହା ସମସ୍ତଙ୍କୁ ଚକିତ କରିଛି। ତେବେ ବର୍ତ୍ତମାନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଭାଇ ବୋହୂକୁ ପିଟୁ ଥିବାର ଦୃଶ୍ୟ ଏବେ ଭାଇରାଲ ହେବାର ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.