Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କାଲି ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ, ବୁଥ୍ ବାହାରେ ଲାଗିଲା ୧୪୪ ଧାରା

29/09/2021 at 10:57 PM

କୋଲକାତା ୨୯।୦୯: ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟର ଅନେକ ବିଧାନସଭା ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ। ଭୋଟିଂ ପାଇଁ ପ୍ରସ୍ତୁତି ଶେଷ ହୋଇ ସାରିଛି। ହେଲେ ସଭିଙ୍କ ନଜର ରହିଛି ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ଉପରେ। କାରଣ ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେଉଛି। ଏହି କ୍ଷେତ୍ରର ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୫ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ କରାଯାଇଛି। ଯେଉଁ ଯେଉଁ ମତଦାନ କେନ୍ଦ୍ରରେ ଗୁରୁବାର ମତଦାନ ହେବ, ଏହାର ୨୦୦ ମିଟର ପରିଧିରେ ୧୪୪ ଧାରା ଲାଗୁ କରାଯାଇଛି।

ଭବାନୀପୁର ଉପ ନିର୍ବାଚନ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି, କାରଣ ଏଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଲଢୁଛନ୍ତି। ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ଏହାର ନିଷ୍ପତ୍ତି ଏହି ଉପ ନିର୍ବାଚନରୁ ସ୍ପଷ୍ଟ ହେବ। ଏହି ଆସନରେ ବିଜେପି ମମତାଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେଓ୍ଵାଲଙ୍କୁ ମଇଦାନରେ ଓହ୍ଲାଇଛି। ସିପିଆଇ ଶ୍ରୀଜୀବ ବିଶ୍ଵାସଙ୍କୁ ନିଜର ପ୍ରାର୍ଥୀ କରିଛି। ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠୁ ପରାଜିତ ହେବା ପରେ ମମତାଙ୍କୁ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ଉପ ନିର୍ବାଚନ ଲଢିବାକୁ ପଡୁଛି।

ଭବାନୀପୁରରେ ୯୭ ମତଦାନ କେନ୍ଦ୍ରରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ବୁଥ୍ ବାହାରେ ସୁରକ୍ଷା ଦାୟିତ୍ଵ କୋଲକାତା ପୋଲିସ ଅଧିକାରୀଙ୍କ ହାତରେ ରହିଛି। କୌଣସି ମତଦାନ କେନ୍ଦ୍ରର ୨୦୦ ମିଟର ପରିଧିରେ ପାଞ୍ଚ କିମ୍ବା ତଦୁର୍ଦ୍ଧ୍ଵ ଲୋକଙ୍କୁ ଏକତ୍ର ହେବାକୁ ଅନୁମତି ନାହିଁ। ଏହା ବ୍ୟତୀତ ମତଦାନ ସମୟରେ କୋଭିଡ୍ ଗାଇଡଲାଇନ୍‌ର  ପାଳନ କରାଯିବ।

   Related Posts