ବିଚ୍‌ ରାସ୍ତାରୁ ମିରେଜ୍‌ ଫାଇଟର ଜେଟ୍‌ର ଚକ ନେଇଗଲେ ଚୋର, ଖୋଜୁଛି ପୋଲିସ

Published By : Prameya-News7 Bureau | December 02, 2021 IST

ଲକ୍ଷ୍ନୌ ୦୨/୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଫାଇଟର ଜେଟ୍‌ ମିରେଜ୍‌ରୁ ଚକ ଚୋରି ହୋଇଯାଇଛି। ଟ୍ରାଫିକ୍‌ ଜାମ୍‌​‌ରେ ଫସିଥିବା ଟ୍ରକ୍‌ ଉପରୁ ସ୍ପର୍ପିଓରେ ଆସିଥିବା ଚୋର ମିରେଜ୍‌ ଚକ ଚୋରି କରିନେଇଥିବା କୁହାଯାଉଛି। ଚୋରି ନେଇ ଜଣାପଡ଼ିବା ପରେ ଟ୍ରକ୍‌ ଡ୍ରାଇଭର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟ୍ରକ୍‌ ଡ୍ରାଇଭର ହେମ ସିଂହ କହିଛନ୍ତି ଯେ ରାତି ପ୍ରାୟ ୧୨.୩୦ ଏବଂ ୧ଟା ବେଳେ ସ୍କର୍ପିଓରେ କିଛି ଲୋକେ ତାଙ୍କ ଟ୍ରକ୍‌କୁ ପିଛା କରିଥିଲେ। ସେହି ସମୟରେ ସହିଦ ପଥରେ ପ୍ରବଳ ଜାମ ଥିଲା। ସେଥିପାଇଁ ଟ୍ରକ୍‌ ଧିରେ ଧିରେ ଚାଲିଥିଲା। ଏହାର ଫାଇଦା ନେଇ ସ୍କର୍ପିଓରେ ଥିବା ଚୋର ଟ୍ରକ୍‌ର ବେଲ୍ଟ କାଟି ମିରେଜ୍‌ର ଚକ୍‌ ନେଇ ଯାଇଥିଲେ। ଚୋରି ହେବା ନେଇ ଜାଣିବା ପରେ ହେମ ସିଂହ ପୋଲିସକୁ ଖବର ଦେଇଥିଲେ।

ଡିସିପି ଇଷ୍ଟ ଅମିତ କୁମାର କହିଛନ୍ତି, ଘଟଣାଟି ନଭେମ୍ବର ୨୭ରେ ହୋଇଥିବା ବେଳେ ଏନେଇ ଡିସେମ୍ବା ୧ରେ ଏତଲା ଦିଆଯାଇଛି। ଏହା ପରେ ପୋଲିସ  ଧାରା ୩୭୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସହିଦ  ପଥରେ ଲାଗିଥିବା ପ୍ରତ୍ୟେକ ସିସିଟିଭ୍‌ର ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ମିରେଜ୍‌ ଫାଇଟର ପ୍ଲେନର ୫ଟି ଚକ୍‌ ଲକ୍ଷ୍ନୌରୁ ଆଜମେର ପଠାଯାଉଥିଲା। ସେଥିରୁ ଗୋଟିଏ ଚକ ଚୋରି ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.